ନୂଆ ରୂପରେ ‘ପାକିଜା’

1 week ago 7
ARTICLE AD BOX

ଭାରତୀୟ ସିନେମାର ଅନ୍ୟତମ କ୍ଲାସିକ୍‌ ‘ପାକିଜା’ ଦୀର୍ଘ ୪୫ ବର୍ଷ ପରେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛି। ମୀନା କୁମାରୀଙ୍କ ଅଭିନୀତ ଓ କମଲ ଅମରୋହୀଙ୍କ ନିର୍ଦ୍ଦେଶିତ ଏହି ଚର୍ଚ୍ଚିତ ସିନେମାର ୪କେ ରେଷ୍ଟୋରେସନ୍‌ କରାଯାଇଛି। ଏହି କାମ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଫିଲ୍ମ ହେରିଟେଜ୍‌ ଫାଉଣ୍ଡେସନ୍‌ (ଏଫ୍‌ଏଚ୍‌ଏଫ୍‌) ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ୪କେ ରେଷ୍ଟୋରେସନ୍‌ ପରେ ‘ପାକିଜା’ ପ୍ରଥମେ ଫ୍ରାନ୍ସର ଲିଓନ୍‌ରେ ହେବାକୁ ଥିବା ‘ଫେଷ୍ଟିଭାଲ୍‌ ଲୁମିଏର୍‌’ରେ ଵାର୍ଲଡ୍‌ ପ୍ରିମିୟର୍‌ କରିବ। ଏହାପରେ ‘ଲଣ୍ଡନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହାର ଗାଲା ସ୍କ୍ରିନିଂ ହେବ ବୋଲି ସୂଚନା ରହିଛି।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

ଏହି ପ୍ରଦର୍ଶନରେ ଅମରୋହୀଙ୍କ ଦୁଇ ପୁଅ ତାଜଦାର, ରୁଖସାର ଓ ନାତି ବିଲାଲ ଅମରୋହୀଙ୍କ ସହ ଏଫ୍‌ଏଚ୍‌ଏଫ୍‌ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁର ଉପସ୍ଥିତ ରହିବେ। ଡୁଙ୍ଗରପୁର କହିଛନ୍ତି,‘‘ଦୀର୍ଘ ବର୍ଷ ଧରି ସଂରକ୍ଷିତ ଥିବା ଏହି ଫିଲ୍ମର ଅବସ୍ଥା ପୂରାପୂରି ଠିକ୍‌ ନଥିବା ସତ୍ତ୍ବେ ପୁରୁଣା ଫୁଟେଜ୍‌, ଆର୍କାଇଭ୍‌ ସାମଗ୍ରୀ ଓ ଅନ୍ୟ ଉପଲବ୍ଧ ତଥ୍ୟକୁ ଆଧାର କରି ଫିଲ୍ମର ମୂଳ ରୂପ ଓ ରଙ୍ଗକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରାଯାଇଥିଲା। ଅରିଜିନାଲ୍‌ କ୍ୟାମେରା ନେଗେଟିଭ୍‌ର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ନେଗେଟିଭ୍‌ ପ୍ରାୟ ନଷ୍ଟ ହୋଇଯାଇଥିଲା। ତେଣୁ ଫିଲ୍ମର ମୂଳ ରୂପକୁ ଫେରାଇ ଆଣିବା ଖୁବ୍ କଠିନ ଏବଂ ଆହ୍ବାନପୂର୍ଣ୍ଣ ପ୍ରକ୍ରିୟା। ଯା’ହେଉ ଆମେ ସଫଳ ହେଲୁ।’’ 

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

୧୯୭୨ ଫେବ୍ରୁଆରି ୪ ତାରିଖରେ ମୁକ୍ତିଲାଭ କରିଥିବା ‘ପାକିଜା’ ମୀନା କୁମାରୀଙ୍କ ଶେଷ ଫିଲ୍ମ (ମୁକ୍ତିଲାଭ କରିଥିବା) ଥିଲା। ଫିଲ୍ମଟିର ନିର୍ମାଣ ପ୍ରକ୍ରିୟା ମଧ୍ୟ ଦୀର୍ଘ ସମୟ ଧରି ଅନେକ ସମସ୍ୟା ଦେଇ ଗତି କରିଥିଲା। ଫିଲ୍ମ ମୁକ୍ତିଲାଭର ମାତ୍ର କିଛି ସପ୍ତାହ ପରେ ମୀନା କୁମାରୀଙ୍କ ଦେହାନ୍ତ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.