ଲକ୍ଷ୍ୟଭେଦ କଲା ‘ପ୍ରଳୟ’

1 hour ago 1
ARTICLE AD BOX

ଚାନ୍ଦିପୁର: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା ଯୋଡ଼ିଛି ଭାରତ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆରଡିଓ)ର ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଆଜି ଅତ୍ୟାଧୁନିକ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଲଞ୍ଚପ୍ୟାଡ୍‌-୩ରୁ ସକାଳ ୧୧ଟା ୧୯ ମିନିଟ୍‌ରେ ଉତ୍‌କ୍ଷେପିତ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ସହ ପରୀକ୍ଷଣର ସମସ୍ତ ମାନଦଣ୍ଡରେ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।

Kumar Purnima celebration: ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ; କଥା କହିଲା ଓଡ଼ିଆ ସଂସ୍କୃତି

ସୂଚନା ଅନୁଯାୟୀ, ଉତ୍‌କ୍ଷେପଣ ପରେ ‘ପ୍ରଳୟ’ ନିର୍ଦ୍ଧାରିତ ଆକାଶମାର୍ଗରେ ଗତି କରିବା ସହ ବଙ୍ଗୋପସାଗରରେ ଥିବା ଏକ କୃତ୍ରିମ ଲକ୍ଷ୍ୟକୁ ଧ୍ବଂସ କରିଥିଲା। ଏହାର ଗତିପଥ ଓ କାର୍ଯ୍ୟଦକ୍ଷତା ଉପରେ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ଏବଂ ଟେଲିମେଟ୍ରି ଷ୍ଟେସନ୍‌ ଜରିଆରେ ନଜର ରଖାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି କ୍ଷେପଣାସ୍ତ୍ର ଦିନ ଓ ରାତି ଉଭୟ ସମୟରେ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ଉନ୍ନତ ନାଭିଗେସନ୍, ତ୍ବରିତ ଦିଗ ବଦଳାଇବା ବ୍ୟବସ୍ଥା ଓ ଶକ୍ତିଶାଳୀ ୱାରହେଡ୍ ‘ପ୍ରଳୟ’କୁ ଏକ କ୍ଷମତାସମ୍ପନ୍ନ ପ୍ରତିରକ୍ଷା ଅସ୍ତ୍ରରେ ପରିଣତ କରିଛି। ଏହି ସଫଳ ପରୀକ୍ଷଣ ଭାରତୀୟ ସେନାର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜଭୁତ କରିଛି।

Paddy crops: ଥୋଡ଼ ବେଳେ ଦାଉସାଧୁଛି ରୋଗପୋକ ସମସ୍ୟା; ଧାନଚାଷରେ ସବୁଜ ଶୁଣ୍ଢ ସଁବାଳୁଆ ପୋକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.