Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ମଉଳିଗଲା ଆଶା, ଉଦ୍ଧାର କାର୍ଯ୍ୟ ସ୍ଥଗିତ, ଆଜି ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସତ୍କାର

1 hour ago 1
ARTICLE AD BOX

ଘୁ.ଉଦୟଗିରି/ଭଞ୍ଜନଗର: ଭୟଙ୍କର ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଥିବା ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ୍‌ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗ୍ରାମର ୧୧ ନିଖୋଜଙ୍କ ଉଦ୍ଧାରକୁ ନେଇ ସବୁ ଆଶା ମଉଳିଯାଉଛି। ଶନିବାରଠୁ ଆଜିସୁଦ୍ଧା ଦୁଇଜଣଙ୍କ ଶବ ମିଳିଛି। ଆଜି ଚତୁର୍ଥ ଦିନରେ କୌଣସି ଶବ ଉଦ୍ଧାର ହୋଇ ନଥିଲା। ଆଉ ପ୍ରତିକୂଳ ପାଗ ସାଙ୍ଗକୁ ବଡ଼ ପଥରଗଦା ଓ ମାଟିଗଦା ଭିତରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ସୂଚନା ଦେଇଛନ୍ତି। ଆସନ୍ତାକାଲି ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସଂସ୍କାର ପାଇଁ ସେମାନଙ୍କ ସଂପର୍କୀୟଙ୍କ ସହ ଆଲୋଚନା ହୋଇଛି।

Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

ଆଜି ଘୁ.ଉଦୟଗିରି ବ୍ଲକ୍ କିଲିପାଙ୍ଗା ଆଶ୍ରୟସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ, ପ୍ରୋବେସନର ଆଇଏଏସ୍‌ ଯଶକରନ୍ ସିଂ, ପିଡି ଶମ୍ଭୁନାଥ ନନ୍ଦି, କନ୍ଧମାଳ ଏସ୍‌ପି ରଣେନ୍ଦ୍ର ପ୍ରସାଦଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଓ ଘୁ. ଉଦୟଗିରି ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହାସହିତ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବିଭାଗ, ରେଳବାଇ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବହୁ ସମୟ ଧରି ଉଦ୍ଧାର କାର୍ଯ୍ୟର ସ୍ଥିତି, ଆଗାମୀ ପଦକ୍ଷେପ ଓ ସମ୍ଭାବ୍ୟ ବିପତ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା। 

ବର୍ଷା ହେଲେ ପାହାଡ଼ିଆ ଅଞ୍ଚଳରେ ପୁଣି ଛୋଟବଡ଼ ଭୂସ୍ଖଳନ ଘଟିବାର ଆଶଙ୍କା ଥିବା ବେଳେ ଉଦ୍ଧାରକାରୀ ଦଳ ଓ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତେଣୁ ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଯେଉଁମାନଙ୍କର ମୃତଦେହ ମିଳି ନାହିଁ ସାମାଜିକ ରୀତିନୀତି ଅନୁସାରେ ସେମାନଙ୍କ ପ୍ରତୀକାତ୍ମକ ସତ୍କାର କରାଯିବ।  ପରବର୍ତ୍ତୀ ସମୟରେ ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ରହିବାକୁ ଇଚ୍ଛୁକ ସେମାନଙ୍କ ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯିବ ଏବଂ ଘର ତିଆରି ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

PSU Land Monetisation: କେନ୍ଦ୍ରୀୟ ଉଦ୍ୟୋଗ ଜମି ବିକ୍ରିରୁ ୧୫ ହଜାର କୋଟି ସଂଗ୍ରହ ଲକ୍ଷ୍ୟ

ଅନ୍ୟପକ୍ଷରେ ଆଜି କତିଙ୍ଗିଆ ସରପଞ୍ଚ ବିଭୂତି ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୧୫୦ରୁ ଅଧିକ ଅଞ୍ଚଳବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଉଦ୍ଧାର କାର୍ଯ୍ୟ ଆଗେଇ ନେବା ସମ୍ଭବ ନୁହେଁ ବୋଲି ସେମାନଙ୍କୁ କୁହାଯିବାରୁ ନିରାଶ ହୋଇ ଫେରି ଆସିଥିଲେ। ଅନ୍ୟପକ୍ଷରେ ରବିବାର ରବି ମଲ୍ଲିକଙ୍କ ଶବ ମିଳିଥିବା ବେଳେ ଗତକାଲି ଠାବ ହୋଇଥିବା ଶବର ପରିଚୟ ମିଳିଛି। ମୃତକଜଣକ ରବିଙ୍କ ଜ୍ବାଇଁ ରାଇକିଆ ବ୍ଲକ୍‌ ମାଣିକେଶ୍ବରୀ ପଞ୍ଚାୟତର ପାଙ୍ଗାମାହା ନିକଟ ଗିଦିଙ୍ଗିଆର ସନ୍‌ମାନ ପ୍ରଧାନ ବୋଲି ଜଣାପଡ଼ିଛି। ସନ୍‌ମାନଙ୍କ ଶବ କାଦୁଅରେ ପୋତି ହୋଇଯାଇଥିବା ବେଳେ ଆଜି ଉଦ୍ଧାରକାରୀ ଟିମ୍‌ ତାଙ୍କ ଶବ ବାହାର କରିଥିଲେ। ଭଞ୍ଜନଗର ପୁଲିସ କେସ୍‌ ନମ୍ବର ୨୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପଞ୍ଚନାମା କରିବା ପରେ ସନ୍‌ମାନଙ୍କ ୨ ଭାଇଙ୍କ ଉପସ୍ଥିତିରେ ମୃତଦେହ ଚିହ୍ନଟ ଓ ଅନ୍ତିମ ସତ୍କାର ହୋଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.