World Coconut Day: ବିଶ୍ୱ ନାରିକେଳ ଦିବସ ପାଳିତ

2 weeks ago 8
ARTICLE AD BOX

ଭୁବନେଶ୍ବର : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ନାରିକେଳ ବିକାଶ ବୋର୍ଡ, ରାଜ୍ୟ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ଭଦ୍ରକର ନରେନ୍ଦ୍ର ରୟାଲ୍‌ସଠାରେ ୨୮ତମ ବିଶ୍ୱ ନାରିକେଳ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

Russia Ukraine War: 'ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ସହଯୋଗ କରିବ ଭାରତ'

ଏହି ଅବସରରେ ଓୟୁଏଟିର ଗବେଷଣା ଡିନ୍ ଡ. ନିରଞ୍ଜନ ପଣ୍ଡା, ଆଇସିଏଆର୍-ଆଇଆଇଏଚ୍ଆର୍-ସିଏଚ୍ଇଏସ୍‌ର ପ୍ରଧାନ ବୈଜ୍ଞାନିକ ତଥା ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତି, ଓୟୁଏଟି-ରଣୀତାଳ, ଭଦ୍ରକର ଗବେଷଣା ସହକାରୀ ନିର୍ଦ୍ଦେଶକ ଡ. ବିଶ୍ୱରଞ୍ଜନ ନାୟକ, ଓୟୁଏଟିର ଏଆଇସିଆର୍‌ପିର ଓଆଇସି ଡ. ଅଜିତ କୁମାର ସାହୁ ଏବଂ ଭଦ୍ରକର ଏଡିଏଚ୍ ହୃଦୟ ରଞ୍ଜନ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ନାରିକେଳ ବିକାଶ ବୋର୍ଡ, ଓଡ଼ିଶାର ଉପନିର୍ଦ୍ଦେଶକ ଶଶିକୁମାର ସି. ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ୧୪୦ରୁ ଅଧିକ ଅଂଶଗ୍ରହଣକାରୀ ଏଥିରେ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.