Woman Passenger molested ରାଉରକେଲା ରେଳ ଷ୍ଟେସନରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଭାଲ୍‌ଭମ୍ୟାନ୍‌ ଅଟକ

2 weeks ago 9
ARTICLE AD BOX

ବନ୍ଧମୁଣ୍ଡା:  ରାଉରକେଲା ରେଳଷ୍ଟେସନ ପରିସରରେ ଜଣେ ମହିଳା ରେଳଯାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପ୍ଲାଟଫର୍ମ ନମ୍ବର-୧ର ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍‌ ନିକଟସ୍ଥ ରେଳବାଇ ଭାଲ୍‌ଭ ରୁମ୍‌ରେ ଜଣେ ମହିଳାଯାତ୍ରୀଙ୍କୁ ଜଣେ ରେଳକର୍ମଚାରୀ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ରାଉରକେଲା ଜିଆର୍‌ପି ଅଭିଯୁକ୍ତ ଭାଲ୍‌ଭମ୍ୟାନ୍‌ କପିଳେଶ୍ୱର ସିଂ (୫୪)ଙ୍କୁ ଅଟକ ରଖିଛି। 

Bhubaneswar Horror ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼

ଅଭିଯୋଗ ଅନୁସାରେ, ନୂଆପଡ଼ା ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ଆଜି (ଗୁରୁବାର) ସକାଳେ ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ରେଳଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ପାଖରେ କନଫର୍ମ ଟିକେଟ ନଥିବାରୁ ସେ ଷ୍ଟେସନର ମୁଖ୍ୟଦ୍ୱାରରେ ଛିଡ଼ା ହୋଇଥିଲେ। ଏହି ସମୟରେ ଷ୍ଟେସନରେ ଆଇଓଡବ୍ଲ୍ୟୁ ବିଭାଗରେ କାର୍ଯ୍ୟରତ ଭାଲ୍‌ଭମ୍ୟାନ୍ କପିଳେଶ୍ୱର ସିଂଙ୍କ ସହ ତାଙ୍କର ଦେଖା ହୋଇଥିଲା। ଯୁବତୀ ଜିଆର୍‌ପିକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, କନଫର୍ମ ଟିକେଟ ଦେବା ପ୍ରତିଶ୍ରୁତି ଦେଇ ରେଳ କର୍ମଚାରୀ ତାଙ୍କୁ ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ ନିକଟକୁ ନେଇ ଯାଇଥିଲେ। ସେଠାରେ ଥିବା ଭାଲ୍‌ଭ ରୁମ୍‌ରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। 

Nabarangpur Horror: ନାରକୀୟ! ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ କରି ମାରିଦେଲେ!

ଅଭିଯୋଗ ପରେ ଜିଆର୍‌ପି ଟିମ୍ ଯୁବତୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବତୀ ପୁଲିସକୁ ଭାଲ୍‌ଭ ରୁମ୍‌ଟି ଦେଖାଇଥିଲେ। ଏହାପରେ ଜିଆର୍‌ପି ରେଳବିଭାଗର ଏସ୍‌ଏସ୍‌ଇ/ୱର୍କ୍ସଙ୍କ ସହ ଯୋଗାଯୋଗ କରି ସେହି ସମୟରେ ଡ୍ୟୁଟିରେ ଥିବା ଭାଲଭ ମ୍ୟାନ୍‌ଙ୍କ ସମ୍ପର୍କରେ ତଥ୍ୟ ନେଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା କପିଳେଶ୍ୱର ସିଂଙ୍କୁ ଯୁବତୀ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିବା ଜିଆର୍‌ପି ପକ୍ଷରୁ କହାଯାଇଛି। ପରେ ପୀଡ଼ିତାଙ୍କର ରାଉରକେଲା ସରକାରୀ ହସ୍ପିଟାଲରେ ମେଡିକାଲ ପରୀକ୍ଷା କରାଯାଇଥିଲା। ଯାହା ପରେ ରାଉରକେଲା ଜିଆରପି ଥାନାରେ କେସ୍ ନମ୍ବର ୧୨୬/୨୦୨୬ ରୁଜୁ କରାଯାଇ ବିଏନ୍‌ଏସ୍‌ ଧାରା ୬୪(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। 

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର: ଯୌନ ପିପାସୁକୁ ବାନ୍ଧିଲା ପୁଲିସ

ଉଲ୍ଲେଖନୀୟ ଯେ, ରାଉରକେଲା ରେଳଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆର୍‌ପିଏଫ୍ ଓ ଜିଆର୍‌ପିର ଟିମ୍ ମୁତୟନ ରହିଛନ୍ତି। ଏହା ସତ୍ତ୍ୱେ ଷ୍ଟେସନ ପରିସର ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କ ସହ ଦିନ ବେଳେ ଏଭଳି ଗୁରୁତର ଅପରାଧର ଅଭିଯୋଗ ଆସିବା ମହିଳା ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ଚକ୍ରଧରପୁର ରେଳମଣ୍ଡଳର ସିନିୟର ଡିସିଏମ୍ ଆଦିତ୍ୟ ଚୌଧୁରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ଅଭିଯୁକ୍ତ ରେଳକର୍ମଚାରୀଙ୍କ ବିରୋଧରେ ରେଳ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.