Vigilance Court Verdict ୯ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପିଡି ଓ ଠିକାଦାର ଦୋଷୀ

2 weeks ago 5
ARTICLE AD BOX

ଭୁବନେଶ୍ବର: ରାଜକୋଷରୁ ୯ ଲକ୍ଷ ଟଙ୍କା ହେରଫେର କରି ନିଜର ବ୍ୟକ୍ତିଗତ ଲାଭ ନିମନ୍ତେ ବିନିଯୋଗ କରିଥିବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ (ଆଇଏଏସ୍‌) ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆର୍‌ଡିଏ) ସୂର୍ଯ୍ୟନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

Lathikata Tehsildar Held ୫ଲକ୍ଷ ଟଙ୍କା ଧରି ପଳାଉଥିଲେ ଲାଠିକଟା ତହସିଲଦାର, ହାବୁଡ଼ିଗଲେ ଭିଜିଲାନ୍‌ସ

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ପକ୍ଷରୁ ଜାରି ସୂଚନାନୁସାରେ, ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ଡି)  ଏବଂ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୪୬୮, ୪୭୧, ୪୨୦ ଓ ୧୨୦-ଖରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଢେଙ୍କାନାଳର ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ ସମସ୍ତ ପକ୍ଷର ଯୁକ୍ତ, ସାକ୍ଷ୍ୟ, ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। 

Vigilance: ଭିଜିଲାନ୍‌ସ ଜାଲରେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ, ଦୁଇଟି ଫାର୍ମ ହାଉସ୍‌, ୩୨ଟି ପ୍ଲଟ୍‌, ୩୦୦ ଗ୍ରାମ ସୁନା ଅଳଙ୍କାର ଓ ୫.୪୮ଲକ୍ଷ ନଗଦ ଠାବ

ସୂଚନାଯୋଗ୍ୟ, ଢେଙ୍କାନାଳର ଜିଲ୍ଲାପାଳ ଭାବେ ନିତ୍ୟାନନ୍ଦ କାର୍ଯ୍ୟ କରୁଥିବା ବେଳେ ୨୦୦୧ରୁ ୦୨ ଆର୍ଥିକ ବର୍ଷ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ଏଫ୍‌ସିଆଇ ଗୋଦମରୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତକୁ ଚାଉଳ ପରିବହନ ନିମନ୍ତେ ଠିକାଦାର ଅଧିକ ଦରରେ ଟେଣ୍ଡର ଭରିଥିଲେ, ଏହାକୁ ଜିଲ୍ଲାପାଳ ବେଆଇନ ଭାବେ ସ୍ବୀକୃତି ଦେଇଥିଲେ। ଠିକାଦାରର ପରିବହନ ଖର୍ଚ୍ଚ ଓଡ଼ିଶା ବେସାମରିକ ଯୋଗାଣ ନିଗ (ଓସିଏସ୍‌ସି)ର ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଥିଲା। କେବଳ ଏହାନୁହେଁ ଠିକାଦାର ହାତଲେଖା ଦର ଦାଖଲ କରିଥିବା ବେଳେ ଏହାକୁ ଗ୍ରହଣ କରିବା ମଧ୍ୟ ନିୟମ ବହିର୍ଭୁତ ଥିଲା। 

Bribery Case ଲାଞ୍ଚ ନେବା ମାମଲାରେ ପୂର୍ବତନ ରାଜସ୍ବ ନିରୀକ୍ଷକ ଦୋଷୀ ସାବ୍ୟସ୍ତ

ବର୍ତ୍ତମାନ, କୋର୍ଟଙ୍କ ରାୟ ପରେ ଉକ୍ତ ଦୋଷୀ ଅଧିକାରୀଙ୍କ ପେନ୍‌ସନ ବନ୍ଦ କରିବାକୁ ବିଭାଗୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ଭିଜିଲାନ୍‌ସ ବିଭାଗ ସୂଚନା ଦେଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.