US Tariff: ଡ୍ରୋନ୍‌ ଉପରେ ୧୦୦% ଶୁଳ୍କ ଲଗାଇଲା ଆମେରିକା: ଆପତ୍ତି ଉଠାଇଲା ଚୀନ୍‌

2 weeks ago 7
ARTICLE AD BOX

ୱାସିଂଟନ:ଡ୍ରୋନ୍‌ କ୍ଷେତ୍ରରେ ଚୀନ୍‌ ଉପରେ ନିର୍ଭରଶୀଳତା କମାଇବା ଓ ଘରୋଇ ଉତ୍ପାଦନକୁ ବଢ଼ାଇବା ଲକ୍ଷ୍ୟରେ ଆମେରିକା ବଡ଼ ପଦକ୍ଷେପ ନେଇଛି। ଆମେରିକାରେ ଆମଦାନି ହେଉଥିବା କିଛି ଡ୍ରୋନ୍‌ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣ ଉପରେ ୧୦୦% ପର୍ଯ୍ୟନ୍ତ ଆମଦାନି ଶୁଳ୍କ ଲାଗୁ ହୋଇଛି। ନୂଆ ଶୁଳ୍କ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି। ବିଦେଶୀ ଡ୍ରୋନ୍‌ ଓ ଏହାର ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଶର ଜାତୀୟ ସୁରକ୍ଷା ପାଇଁ ଏକ ସମ୍ଭାବ୍ୟ ବିପଦ ବୋଲି ଆମେରିକା କହିଛି। ଏହି କାରଣରୁ ଆମେରିକା ନିଜ ଦେଶରେ ଡ୍ରୋନ୍‌ ଉତ୍ପାଦନ ଓ ଏହାର ଯୋଗାଣ ଶୃଙ୍ଖଳକୁ ମଜବୁତ କରିବାକୁ ଚାହୁଁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟରେ ଏ ସମ୍ପର୍କିତ ଆଦେଶରେ ସ୍ୱାକ୍ଷର କରିଥିଲେ।

ଶୁଳ୍କ ଆସନ୍ତା ୯ ଫେବ୍ରୁଆରୀ ୨୦୨୭ରୁ ଲାଗୁ

ନୂଆ ବ୍ୟବସ୍ଥା ଅନୁସାରେ ୨୫ କିଲୋଗ୍ରାମରୁ ଅଧିକ ଓଜନର ଡ୍ରୋନ୍‌, ଥର୍ମାଲ୍‌ ଇମେଜିଂ ସୁବିଧା ଥିବା ଡ୍ରୋନ୍‌ ଓ ଡ୍ରୋନ୍‌ ଡକିଂ ଷ୍ଟେସନ୍‌ ଉପରେ ୧୦୦% ଶୁଳ୍କ ଲାଗିବ। ଅନ୍ୟ ପକ୍ଷରେ ୨୫ କିଲୋଗ୍ରାମରୁ କମ୍‌ ଓଜନର ଛୋଟ ଡ୍ରୋନ୍‌ ଉପରେ ୨୫% ଶୁଳ୍କ ଲାଗିଛି। ଡ୍ରୋନ୍‌ର କିଛି ଉପକରଣ ଉପରେ ମଧ୍ୟ ଶୁଳ୍କ ଲାଗିବ। ତେବେ ‘ବିଶେଷ ସମ୍ବେଦନଶୀଳ ନୁହେଁ’ ବୋଲି ବର୍ଗୀକୃତ କିଛି ଉପକରଣ ଉପରେ ଶୁଳ୍କ ଆସନ୍ତା ୯ ଫେବ୍ରୁଆରୀ ୨୦୨୭ରୁ ଲାଗୁ ହେବ।

BSP Mayawati: ପୁଣି ପଲଟି ମାରିଲେ ମାୟାବତୀ: କହିଲେ, ଆକାଶ ଆନନ୍ଦ ଏବେ ଅପରିପକ୍ୱ ବଡ଼ ଦାୟିତ୍ବ ଦେବା ଠିକ୍ ନୁହେଁ

ବିଶ୍ୱ ଡ୍ରୋନ୍‌ ବଜାରରେ ଚୀନ୍‌ର ପ୍ରଭାବ ବହୁତ ଅଧିକ। ଚୀନ୍‌ର ପ୍ରମୁଖ ଡ୍ରୋନ୍‌ କମ୍ପାନି ଡିଜେଆଇ ବିଶ୍ୱ ବଜାରର ଦୁଇ-ତୃତୀୟାଂଶରୁ ଅଧିକ ଅଂଶ ଦଖଲ କରିଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ଆମେରିକାର ନୂଆ ଶୁଳ୍କ ବ୍ୟବସ୍ଥାର ପ୍ରଭାବ ଚୀନ୍‌ର ଡ୍ରୋନ୍‌ ଉତ୍ପାଦକ ଓ ଆମେରିକୀୟ ଆମଦାନିକାରୀଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। ଆମେରିକାର ଏହି ପଦକ୍ଷେପକୁ ଚୀନ୍‌ ତୀବ୍ର ବିରୋଧ କରିଛି। ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଏଭଳି ଶୁଳ୍କ ବିଶ୍ୱ ଡ୍ରୋନ୍‌ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିପାରେ ଏବଂ ନ୍ୟାୟସଙ୍ଗତ ଓ ପ୍ରତିଯୋଗିତାମୂଳକ ବଜାର ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇପାରେ। ତେଣୁ ଆମେରିକା ଏହି ଶୁଳ୍କ ପ୍ରତ୍ୟାହାର କରିବା ଉଚିତ ବୋଲି ବେଜିଂ ଦାବି କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.