ARTICLE AD BOX
ନ୍ୟୁୟର୍କ: ୟୁଏସ୍ ଓପନ୍ରେ ଦିନେ ଜେଜେ ଖେଳୁଥିଲେ ଏବଂ ମ୍ୟାଚ୍ ଜିତିଥିଲେ। ଏବେ ତାଙ୍କ ପଦା ଅନୁସରଣ କରିଛନ୍ତି ନାତି ଇଗ୍ନାସିଓ ବୁସେ। ବୁଧବାର ୟୁଏସ୍ ଓପନ୍ ପୁରୁଷ ଏକକ ପ୍ରଥମ ରାଉଣ୍ଡ ମୁକାବିଲା ଜିତି ଏହି ପେରୁର ୨୨ ବର୍ଷୀୟ ଯୁବକ ୬୮ ବର୍ଷ ପରେ ନିଜ ପରିବାର ପାଇଁ ଖୁସି ଆଣିଛନ୍ତି। ୧୯୫୮ରେ ତାଙ୍କ ଜେଜେ ଏଡୁଆର୍ଡୋ ୟୁଏସ୍ ଓପନ୍ରେ ଏକ ମ୍ୟାଚ୍ ଜିତିଥିଲେ।
୧୯୫୮ରେ ଜେଜେ ମ୍ୟାଚ୍ ଜିତିଥିଲେ
ଏଡୁଆର୍ଡୋ ଓ ତାଙ୍କ ଯମଜ ଭାଇ ଏନ୍ରିକ୍ ୧୯୪୨ରେ ଏକାଠି ଖେଳୁଥିଲେ। ହେଲେ ଏହାର ୧୬ ବର୍ଷ ପରେ ଏଡୁଆର୍ଡୋ ୟୁଏସ୍ ଓପନ୍ରେ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲେ। ତାଙ୍କ ପରେ ପ୍ରାୟ ୭ ଦଶନ୍ଧି ପରେ ଜେଜେଙ୍କୁ ଦେଖି ନଥିବା ଇଗ୍ନାସିଓ ୩-୬, ୬-୩, ୬-୩, ୬-୭, ୬-୧ ସେଟ୍ରେ ସ୍ଥାନୀୟ ଖେଳାଳି ମାର୍କୋସ ଗିରନ୍ଙ୍କୁ ହରାଇ ଆଗକୁ ବଢ଼ିଛନ୍ତି।

2 weeks ago
5


