Trump’s New Order: ଜନ୍ମଗତ ନାଗରିକତାକୁ ସୀମିତ କରିବା ପାଇଁ ଟ୍ରମ୍ପଙ୍କ ନୂଆ ଆଦେଶକୁ ରୋକିଲେ ମେରିଲ୍ୟାଣ୍ଡର ଜିଲ୍ଲା କୋର୍ଟ

2 weeks ago 5
ARTICLE AD BOX

ୱାସିଂଟନ: ଜନ୍ମଗତ ନାଗରିକତା ପାଇଁ ଯୋଗ୍ୟ ଲୋକଙ୍କ ସଂଖ୍ୟାକୁ ସୀମିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ବାରା ଜାରି ହୋଇଥିବା ଏକ ନୂତନ କାର୍ଯ୍ୟନିର୍ବାହୀ ଆଦେଶକୁ ଜଣେ ସଂଘୀୟ ବିଚାରପତି ଅବରୋଧ କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଟ୍ରମ୍ପଙ୍କ ଏହି ପ୍ରୟାସକୁ ଖାରଜ କରିଥିଲେ। ମେରିଲ୍ୟାଣ୍ଡର ଗ୍ରୀନବେଲ୍ଟରେ ଥିବା ଆମେରିକୀୟ ଜିଲ୍ଲା ବିଚାରପତି ଡେବୋରା ବୋର୍ଡମ୍ୟାନ୍ ପ୍ରବାସୀ ଅଧିକାର କର୍ମୀଙ୍କ ଅନୁରୋଧରେ ଏକ ପ୍ରାରମ୍ଭିକ ଆଦେଶ ଜାରି କରିଛନ୍ତି। ବିଚାରପତି ଗତ ବର୍ଷ ଟ୍ରମ୍ପ ପ୍ରଶାସନକୁ ଜନ୍ମଗତ ନାଗରିକତାକୁ ହ୍ରାସ କରିବା ପାଇଁ କାର୍ଯ୍ୟନିର୍ବାହୀ ଆଦେଶକୁ ବାରଣ କରିଛନ୍ତି।

ନାଗରିକତା ଧାରା ଉଲ୍ଲଂଘନ

ଯେଉଁ ପିଲାମାନଙ୍କର ପିତାମାତା ଆମେରିକୀୟ ନାଗରିକ କିମ୍ବା ଆଇନଗତ ସ୍ଥାୟୀ ବାସିନ୍ଦା ନୁହନ୍ତି ସେମାନଙ୍କୁ ଗ୍ରୀନ କାର୍ଡ ଧାରକ କୁହାଯାଇଥାଏ। ସେମାନଙ୍କ ପାଇଁ ଜନ୍ମଗତ ନାଗରିକତା ସମାପ୍ତ କରିବା ପାଇଁ ସରକାରଙ୍କ ପ୍ରାରମ୍ଭିକ ପ୍ରୟାସକୁ ଆମେରିକୀୟ ସୁପ୍ରିମକୋର୍ଟ ଜୁନ୍ ୩୦ରେ ଖାରଜ କରିଦେଇଥିଲେ। କାରଣ ଏହା ଆମେରିକା ସମ୍ବିଧାନର ୧୪ତମ ସଂଶୋଧନର ନାଗରିକତା ଧାରା ଉଲ୍ଲଂଘନ କରୁଛି ବୋଲି ଶୀର୍ଷକୋର୍ଟ କହିଥିଲେ।

ଏହି ଧାରା ଯୁକ୍ତରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଲୋକମାନଙ୍କୁ ନାଗରିକତା ପ୍ରଦାନ କରିଥାଏ। କୋର୍ଟଙ୍କ ରାୟ ପରେ, ଟ୍ରମ୍ପ ଅଗଷ୍ଟ ୬ ରେ ଏକ ନୂତନ ଆଦେଶରେ ସ୍ୱାକ୍ଷର କରିଥିଲେ ଯାହା ଜନ୍ମ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ବାରୋପ କରିଥିଲା। ଯେଉଁଥିରେ ମହିଳାମାନେ ସନ୍ତାନ ଜନ୍ମ କରିବା ପାଇଁ ଆମେରିକା ଯାତ୍ରା କରୁଥିବା ମହିଳାଙ୍କ ପିଲାମାନେ ସ୍ୱୟଂଚାଳିତ ଭାବେ ଦେଶର ନାଗରିକତା ପାଇପାରିବେ। ତେବେ ଯଦି ପିଲାମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣେ ଆମେରିକାରେ ବିଦେଶୀ ସରକାରଙ୍କ ପାଇଁ କାମ କରନ୍ତି, ନାଗରିକତା ପାଇବା ପାଇଁ ଠକେଇ କିମ୍ବା ବାଣିଜ୍ୟିକ କାରବାରରେ ଲିପ୍ତ ହୁଅନ୍ତି, କିମ୍ବା ପରଦେଶୀ ଶତ୍ରୁ ଭାବରେ ବର୍ଗୀକୃତ ହୁଅନ୍ତି, ତେବେ ପିଲାଙ୍କୁ ନାଗରିକତା ପ୍ରଦାନ କରାଯିବ ନାହିଁ।

Abhinandan Varthaman: ବାୟୁସେନା ଛାଡ଼ି ଘରୋଇ ଏୟାରଲାଇନ୍ସରେ ଯୋଗ ଦେଲେ ଅଭିନନ୍ଦନ ବର୍ଦ୍ଧମାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.