Transformer Theft Racket ସବୁ ଜିଲ୍ଲାକୁ ଲମ୍ବିଥିଲା ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରିର ଚେର, ଧରାପଡ଼ିଲେ ୧୬ ଡକାୟତ

2 weeks ago 9
ARTICLE AD BOX

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କେନ୍ଦୁଝର ଟାଉନ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। କେବଳ କେନ୍ଦୁଝର କାହିଁକି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟରେ ମଧ୍ୟ ଶତାଧିକ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି କରି ପୁଲିସକୁ ଖୋଲା ଚାଲେଞ୍ଜ୍‌ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌ର ୧୬ ସଦସ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ବିଦ୍ୟୁତ୍‌ ସାମଗ୍ରୀ ଓ ଟଙ୍କା ଜବତ ହୋଇଛି। 

Transformer theft gang1

ଆଜି କେନ୍ଦୁଝର ପୁଲିସ ପକ୍ଷରୁ ଏନେଇ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି। ସୂଚନାନୁସାରେ, ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ସହ ଦୁଇଟି କାର୍‌, ୫୦ ଗ୍ରାମ ସୁନା, ୬ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ତମ୍ବା ଏବଂ ଆଲୁମିନିୟମ୍ ତାର, ଦେଢ଼ ଲକ୍ଷ ନଗଦ ଟଙ୍କା, ୧୫ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। 

Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍‌ସଫର୍ମର! ୧୯ ମାସରେ ୪୦ ଟ୍ରାନ୍‌ସଫର୍ମର ଗାୟବ

ଏହି ଡକାୟତ ଦଳ ବିରୋଧରେ ରାଜ୍ୟର ୫ଟି ଜିଲ୍ଲାର ୧୦୦ରୁ ଊର୍ଦ୍ଧ୍ବ ଥାନାରେ ଶତାଧିକ ମାମଲା ରୁଜୁ ହୋଇଛି। ଏମାନେ କେନ୍ଦୁଝରର ୨୦ଟି ସ୍ଥାନ ସହ ପ୍ରାୟ ୧୪୦ଟି ସ୍ଥାନରେ ଚୋରି କରିଛନ୍ତି। 

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ବିଲ୍‌ ପୈଠ ପରେ ମଧ୍ୟ ଲଗାଯାଉନି ନୂତନ ଟ୍ରାନ୍‌ସଫର୍ମର

କେନ୍ଦୁଝର ଟାଉନ ଥାନା ଏକ ଟିମ୍ ଗଠନ କରି ଏମାନଙ୍କ ଗତିବିଧି ଉପରେ ଦୀର୍ଘଦିନ ହେବ ନଜର ରଖି ଶେଷରେ ଏମାନଙ୍କୁ ମାଡ଼ିବସିଲା। ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଏମାନଙ୍କ ନାମରେ ଅନେକ ମାମଲା ଥିବା ଜଣାପଡ଼ିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.