TMC Politics: ‘ତୃଣମୂଳ ବିବାଦ’ ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଇସିଙ୍କୁ ମମତାଙ୍କ ଅନୁରୋଧ

5 days ago 4
ARTICLE AD BOX

କୋଲକାତା: ତୃଣମୂଳ କଂଗ୍ରେସର ପ୍ରକୃତ ନେତୃତ୍ୱ ଓ ଦଳୀୟ ପରିଚୟକୁ ନେଇ ଚାଲିଥିବା ବିବାଦର ଶୁଣାଣିକୁ ଆଉ ବିଳମ୍ବ ନ କରି ଶୀଘ୍ର ଶେଷ କରିବାକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ଆଉ ସମୟ ନ ଦେଇ ବର୍ତ୍ତମାନ ଉପଲବ୍ଧ ତଥ୍ୟ ଓ ପ୍ରମାଣ ଆଧାରରେ ମାମଲାର ନିଷ୍ପତ୍ତି ନେବାକୁ ସେ ଆୟୋଗଙ୍କୁ କହିଛନ୍ତି।

ମମତା ବାନାର୍ଜୀଙ୍କ ପକ୍ଷରୁ ନିର୍ବାଚନ ଆୟୋଗରେ ଦାଖଲ କରାଯାଇଥିବା ଲିଖିତ ଜବାବରେ କୁହାଯାଇଛି ଯେ, ପ୍ରତିପକ୍ଷ ଗୋଷ୍ଠୀ ବାରମ୍ବାର ସମୟ ମାଗି ଶୁଣାଣିକୁ ଅନାବଶ୍ୟକ ଭାବେ ବିଳମ୍ବିତ କରୁଛନ୍ତି। ତେଣୁ ସେମାନଙ୍କୁ ଆଉ କୌଣସି ସୁଯୋଗ ନ ଦେଇ ଉପଲବ୍ଧ ରେକର୍ଡ ଆଧାରରେ ମାମଲାର ଅନ୍ତିମ ନିଷ୍ପତ୍ତି ନିଆଯିବା ଉଚିତ। ଆବେଦନରେ ମମତା ଶିବିର ଦାବି କରିଛି ଯେ, ଦଳର ସାଂଗଠନିକ ଗଠନ, ନିର୍ବାଚିତ ପ୍ରତିନିଧିଙ୍କ ସମର୍ଥନ ଓ ଦଳୀୟ ସମ୍ବିଧାନ ଅନୁସାରେ ପ୍ରକୃତ ତୃଣମୂଳ କଂଗ୍ରେସର ନେତୃତ୍ୱ ସେମାନଙ୍କ ପାଖରେ ରହିଛି। ସମସ୍ତ ଆବଶ୍ୟକ ଦସ୍ତାବିଜ ଓ ପ୍ରମାଣ ପୂର୍ବରୁ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବାରୁ ଆଉ ବିଳମ୍ବର କୌଣସି ଯୁକ୍ତି ନାହିଁ ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

Attack row: ମମତା ବାନାର୍ଜୀ ହସ୍ପିଟାଲ ସିଇଓଙ୍କୁ ଧମକ ଦେବାର ଅଡିଓ ଭାଇରାଲ

ଅନ୍ୟପକ୍ଷରେ, ପ୍ରତିଦ୍ୱନ୍ଦ୍ୱୀ ଶିବିର ପୂର୍ବରୁ ଅଧିକ ସମୟ ମାଗି ନିଜ ପକ୍ଷର ଦସ୍ତାବିଜ ଦାଖଲ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ମମତା ଶିବିର କହିଛି, ମାମଲାକୁ ଲମ୍ବାଇବା ଛଡ଼ା ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଏଭଳି ବିଳମ୍ବ ଆଗାମୀ ନିର୍ବାଚନ ପୂର୍ବରୁ ଦଳୀୟ ପରିଚୟ ଓ ସଂଗଠନ ଉପରେ ଅନିଶ୍ଚିତତା ସୃଷ୍ଟି କରିପାରେ ବୋଲି ମଧ୍ୟ ସେମାନେ ଦର୍ଶାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.