Sundargarh: ଅବକାରୀ ବିଭାଗର ଅଜବ କାର୍ଯ୍ୟାନୁଷ୍ଠାନ: ବାପାଙ୍କ ନାମରେ ଥିଲା ଅଭିଯୋଗ, ୨ ବର୍ଷର ପୁଅ ସହ ମାଙ୍କୁ ଅଟକ

2 weeks ago 7
ARTICLE AD BOX

ସୁନ୍ଦରଗଡ଼: ବାପାଙ୍କ ନାମରେ ବେଆଇନ ମଦ ବିକୁଥିବା ଅଭିଯୋଗ ଥିଲା, ହେଲେ ଅବକାରୀ ଦଳ ବାପାଙ୍କୁ ଧରି ନପାରି ଦୁଇ ବର୍ଷର ପୁଅ ସହ ମାଙ୍କୁ ଉଠାଇ ଆଣି ଅବକାରୀଥାନାରେ ଅଟକ ରଖିଲେ । ଥାନା ଭିତରେ ମା ପାଖରେ ଥାଇ ମଧ୍ଯ କୁନି ପୁଅଟି ଖାକିବର୍ଦ୍ଦିଧାରୀଙ୍କୁ ଦେଖି ଡରି ଯାଇଥିବା ଦେଖାଯାଇଛି। ସବୁଠାରୁ ବଡ଼କଥା ହେଲା, ଅବକାରୀ ଦଳ ଚଢ଼ଉ କରିଥିଲେ ମଧ୍ଯ ମଦ ପାଇ ନଥିଲେ।
ମଦ ଚଢ଼ଉ ନାମରେ ଏ ପ୍ରକାର ଅଜବ କାର୍ଯ୍ୟାନୁଷ୍ଠାନ  ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଅବକାରୀ ଥାନାରେ। ବାପାଙ୍କ ଭୁଲ୍ ପାଇଁ ନିରପରାଧୀ ମା ସହ ନିଷ୍ପାପ କୁନି ପୁଅକୁ ଉଠାଇ  ଆଣିବା ଆଲୋଡ଼ନ ସୃଷ୍ଟି କରିଛି।  

ଆହୁରି ପଢନ୍ତୁ: US Navy: ଇରାନ ଉପରେ ଅବରୋଧ କଡ଼ାକଡ଼ି: ୮୬ ଜାହାଜର ମାର୍ଗ ପରିବର୍ତ୍ତନ କଲା ଆମେରିକା ନୌସେନା

ଶିଶୁ କଲ୍ୟାଣ କମିଟି ସଦସ୍ଯା ପ୍ରତିମା ସାହୁ  ଏହା ବେଆଇନ ବୋଲି କହିଛନ୍ତି। ସଦରଥାନା ବଳଦମାଲ ଗାଁରେ ଗୁରୁବାର ସକାଳ ୭ଟାରେ ସୁନ୍ଦରଗଡ଼ ସଦର ଅବକାରୀ ଅଧିକାରୀ ଫୁଲ ସାହୁଙ୍କ ନେତୃତ୍ବରେ ଅବକାରୀ ଦଳ କରନ ନାଏକଙ୍କ ଘରେ ଚଢ଼ଉ କରିଥିଲେ। କିନ୍ତୁ ଘରୁ ବୁନ୍ଦାଏ ବି ମଦ ମିଳି ନଥିଲା। କିନ୍ତୁ ଅଧିକାରୀଙ୍କ କହିବା ଅନୁସାରେ ଅବକାରୀ ଦଳକୁ ଦେଖି ୨ ଲିଟର ମଦ ଢାଳି ଦେଇ କରନ ପଳାଇ ଯାଇଥିଲେ।  ହେଲେ ଅବକାରୀ ଦଳ କରନଙ୍କୁ ଧରି ନପାରି ସେତେବେଳେ ଘରେ ଉପସ୍ଥିତ ଥିବା ୨ ବର୍ଷର ପୁଅ ସହ ତାଙ୍କ ସ୍ତ୍ରୀ ବେବି ନାଏକଙ୍କୁ ଜବରଦସ୍ତ ଉଠାଇ  ଆଣି ଥାନାରେ ଅଟକ ରଖିଥିବା ଦେଖାଯାଇଛି।

ଆହୁରି ପଢନ୍ତୁ: BSP Mayawati: ପୁଣି ପଲଟି ମାରିଲେ ମାୟାବତୀ: କହିଲେ, ଆକାଶ ଆନନ୍ଦ ଏବେ ଅପରିପକ୍ୱ ବଡ଼ ଦାୟିତ୍ବ ଦେବା ଠିକ୍ ନୁହେଁ

ମଦ ନଥାଇ କିପରି ନିରପରାଧ ମହିଳା ଓ ଶିଶୁଙ୍କୁ ଅବକାରୀ ଦଳ ଉଠାଇ ଆଣିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଅବକାରୀ ଅଧିକାରୀ ଫୁଲ ସାହୁ କହିଛନ୍ତି, କରନଙ୍କୁ ଆଣି ହେଲାନି, ତେଣୁ  ମା' ଙ୍କୁ ଆଣିଲୁ। ଛୁଆକୁ ଛାଡ଼ିବାକୁ ମା ମନା କରିବାରୁ ତାକୁ ମଧ୍ଯ ଆଣିବାକୁ ପଡ଼ିଲା ବୋଲି କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.