Sugar price: ସପ୍ତାହକରେ ଚିନିଦର ୩.୮୫% କମିଲା

2 weeks ago 9
ARTICLE AD BOX

ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ସର୍ବଭାରତୀୟ ସ୍ତରରେ ଚିନିର ହାରାହାରି ଖୁଚୁରା ଦର ଗତ ସପ୍ତାହକ ମଧ୍ୟରେ ୩.୮୫ ପ୍ରତିଶତ ହ୍ରାସ ପାଇଛି। ଏବେ ଚିନିର ହାରାହାରି ଖୁଚୁରା ଦର କିଲୋଗ୍ରାମ ପିଛା ୬୨ ଟଙ୍କା ୫୭ ପଇସା ରହିଛି।

 ସପ୍ତାହକରେ ଚିନିଦର ୩.୮୫% କମିଲା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ସର୍ବଭାରତୀୟ ସ୍ତରରେ ଚିନିର ହାରାହାରି ଖୁଚୁରା ଦର ଗତ ସପ୍ତାହକ ମଧ୍ୟରେ ୩.୮୫ ପ୍ରତିଶତ ହ୍ରାସ ପାଇଛି। ଏବେ ଚିନିର ହାରାହାରି ଖୁଚୁରା ଦର କିଲୋଗ୍ରାମ ପିଛା ୬୨ ଟଙ୍କା ୫୭ ପଇସା ରହିଛି। ସପ୍ତାହକ ପୂର୍ବେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋଗ୍ରାମ ପିଛା ୬୫ ଟଙ୍କା ୦୮ ପଇସା ରହିଥିଲା। 

ଅନ୍ୟପକ୍ଷରେ ଦେଶରେ ଚିନିର ହାରାହାରି ପାଇକାରୀ ଦର ସେପ୍ଟେମ୍ବର ୨ ତାରିଖ ବେଳକୁ କିଲୋଗ୍ରାମ ପିଛା ୫୭ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି। ସପ୍ତାହକ ତଳେ ପାଇକାରୀ ବଜାରରେ ଚିନି ଦର ୬୦ ଟଙ୍କା ୩୯ ପଇସା ରହିଥିଲା ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ ତଥ୍ୟରୁ ଜଣାଯାଇଛି। କିନ୍ତୁ ମାସକର ମୂଲ୍ୟ ଅନୁଧ୍ୟାନରୁ ଜଣାଯାଇଛି ଯେ ଏବେ ବି ଗ୍ରାହକ ୨୭ ପ୍ରତିଶତ ଅଧିକ ଦାମ୍‌ରେ ଚିନି କିଣୁଛନ୍ତି। ମାସକ ତଳେ ଚିନି ଦର କିଲୋଗ୍ରାମ ପିଛା ୪୯ ଟଙ୍କା ୩୩ ପଇସା ସ୍ତରରେ ରହିଥିଲା।

Simple idea: ସରଳ ବିଚାର: ଏଣିକି ଚିନି କମ୍

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.