Sonu Sood: ନେପାଳ ବନ୍ୟା: ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ୍‌, ସୋସିଆଲ ମିଡିଆରେ ସମାଲୋଚନା

2 weeks ago 9
ARTICLE AD BOX

ମୁମ୍ବାଇ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଅଭିନେତା ସୋନୁ ସୁଦ୍ଧ ନେପାଳ ଗସ୍ତ କରି ବନ୍ୟାପ୍ରଭାବିତ ପରିବାରଗୁଡ଼ିକୁ ସମର୍ଥନ ଏବଂ ସାହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତାଙ୍କର ଏହି ସହାୟତାକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା ମଧ୍ୟ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ପାଇଁ ବିଶାଳ ଭାରତୀୟ ଦଳ ଜାପାନ ଯିବାକୁ ପ୍ରସ୍ତୁତ

ବରିଷ୍ଠ ସାମ୍ବାଦିକ ଅଜିତ ଅଞ୍ଜୁମ ଟ୍ୱିଟ୍ କରି ଅଭିଯୋଗ କରିଥିଲେ ଯେ, ନେପାଳରେ ପହଞ୍ଚିବା କ୍ଷଣି ସେଠାକାର ପିଲାମାନଙ୍କର 'ଅଭିଭାବକ' ସାଜିବା ଏବଂ କାମ ଆରମ୍ଭ ନହେଉଣୁ ପ୍ରଚାର କରିବା କୌଣସି ମାର୍କେଟିଂ ଠାରୁ କମ୍ ନୁହେଁ। ଏହାର ଜବାବରେ ସୋନୁ ସୁଦ୍ଧ ତୁରନ୍ତ ପ୍ରତିକ୍ରିୟା ଦେଇ କହିଥିଲେ, "ଆପଣ ଜଣେ ଭଲ ବ୍ୟକ୍ତି, ଭାଇ! ନେପାଳ ଆସନ୍ତୁ, ଆମେ ଉଭୟ ଭାଇ ମିଶି କାମ କରିବା।"

ତ୍ରିଶୂଳୀ ନଦୀ କୂଳରେ ପରିସ୍ଥିତିର ଅନୁଧ୍ୟାନ

ଗୁରୁବାର ଦିନ ସୋନୁ ସୁଦ୍ଧ ତାଙ୍କର ଏକ୍ସ  ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବନ୍ୟାପ୍ରଭାବିତ ଅଞ୍ଚଳରେ ଚାଲି ବୁଲି ସ୍ଥିତି ଅନୁଧ୍ୟାନ କରୁଥିବାର ନଜର ଆସିଛନ୍ତି। ବନ୍ୟାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏହା ୪ ମହଲା ବିଶିଷ୍ଟ କୋଠାକୁ ମଧ୍ୟ ପ୍ରଭାବିତ କରିଥିଲା। ସେ ତ୍ରିଶୂଳୀ ନଦୀ କୂଳରୁ ଫଟୋ ସେୟାର କରି ଲେଖିଛନ୍ତି ଯେ ନେପାଳ ଏକଲା ନୁହେଁ ଓ ସେ ସେଠାକାର ଜନସାଧାରଣଙ୍କ ସହିତ ଠିଆ ହୋଇଛନ୍ତି। ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି ର ରିପୋର୍ଟ ଅନୁଯାୟୀ, ନେପାଳରେ ହୋଇଥିବା ହଠାତ୍ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧,୨୫୨ କୁ ବୃଦ୍ଧି ପାଇଛି ଓ ପ୍ରାୟ ୪,୨୧୬ ଜଣ ନିଖୋଜ ଅଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ପ୍ରାୟ ୧୧,୯୯୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୫,୧୩୫ ଜଣ ଆହତ ବ୍ୟକ୍ତି ଚିକିତ୍ସା ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚର୍ମ କର୍କଟ ବିରୁଦ୍ଧରେ ପ୍ରସ୍ତୁତ ଭ୍ୟାକ୍ସିନ୍: ଜାଣନ୍ତୁ ଏହା କିପରି କାମ କରିବ?

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.