ARTICLE AD BOX
କଟକ: ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଡିଟ୍ ଟିମ୍ ଏସ୍ସିବି ମେଡିକାଲରେ ପହଞ୍ଚିଛି। ଦୁଇଜଣିଆ ଟିମ୍ ଏସ୍ସିବିରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହିତ ପ୍ରଥମେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ୨୦୧୬ରୁ ୨୦୨୬ ଯାଏଁ ୨୦୭ ଥର ହେରଫେର୍ ହୋଇଥିବା ଏଜି ଅଡିଟ୍ ଧରିଥିବା ବେଳେ ଏହାକୁ ଅନୁଧ୍ୟାନ କରିବାକୁ ବିଭାଗର ଅଡିଟ୍ ଟିମ୍ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଟଙ୍କା ହେରଫେର୍ ପଛରେ ଡିଡିଓଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ବଢ଼ୁଥିବା ବେଳେ ଗଲା ୧୦ ବର୍ଷର ସମସ୍ତ ଡିଡିଓଙ୍କ ତାଲିକା ଦେବାକୁ ଏସ୍ସିବି ଅଧୀକ୍ଷକଙ୍କୁ ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି। ଏସ୍ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଡାଟା ଏଣ୍ଟ୍ରି ଅପରେଟର୍ (ଡିଇଓ) ଦିନେଶ ରାଉତ ଜେଲ୍ ଯିବା ପରେ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅଡିଟ୍ ଟିମ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ କରିଛି।
Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପ୍ରାୟ ୧୭ ଶହ କର୍ମଚାରୀଙ୍କ ରେଜିଷ୍ଟର, ବିଲ୍ ରେଜିଷ୍ଟର ଯାଞ୍ଚ କରାଯାଉଛି। ଏହା ସହିତ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଓ ଏସ୍ସିବିର ଏଡିଏମ ସୁବାସ ରାୟଙ୍କୁ ମଧ୍ୟ ପ୍ରାଥମିକ ଭାବେ ଘଟଣା ସମ୍ପର୍କରେ ପଚରା ଯାଇଛି। ଅନ୍ୟପଟେ ମଙ୍ଗଳାବାଗ ଥାନା ପୁଲିସ ସମାନ୍ତରାଳ ଭାବେ ତଦନ୍ତ ଚଳାଇଛି। ଗିରଫ ଦିନେଶର ନିଯୁକ୍ତି ସଂକ୍ରାନ୍ତ ଦସ୍ତାବିଜ ମଙ୍ଗଳାବାଗ ଥାନା ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ମଗାଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅଡିଟ୍ ଟିମ୍ ତରଫରୁ ଯାଞ୍ଚ
୧୦ ବର୍ଷର ଡିଡିଓଙ୍କ ତାଲିକା ମାଗିଲା ପୁଲିସ
El Nino: ଅତି ଶକ୍ତିଶାଳୀ ହେବ ଏଲ୍ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ
ଆକାଉଣ୍ଟ ସେକ୍ସନରେ ଦିନେଶ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ କର୍ମଚାରୀଙ୍କ ବିଲ୍ ଏଣ୍ଟ୍ରି କରିବା ପରେ ଏହା ଡିଡିଓଙ୍କ ଅନୁମୋଦନ ମିଳିବା ପରେ ଟ୍ରେଜେରିକୁ ଯାଉଥିଲା। ପରେ ବିଲ୍ ହେଉଥିବାରୁ ମଙ୍ଗଳାବାଗ ଥାନା ପୁଲିସ ଅନ୍ଲାଇନ୍ ବିଲ୍ ସଂକ୍ରାନ୍ତ କାଗଜପତ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ମାଗିଛି। ଜେଏମ୍ଏଫ୍ସି ସିଟି କୋର୍ଟ ପକ୍ଷରୁ ମଧ୍ୟ ପୁଲିସକୁ ଆର୍ଥିକ ହେରଫେର୍ ସଂକ୍ରାନ୍ତ ଦସ୍ତାବିଜ ମଗାଯାଇଛି। ଯେହେତୁ ଏସ୍ସିବି କର୍ତ୍ତୃପକ୍ଷ ପୁଲିସକୁ ଦସ୍ତାବିଜ ଦେଇନାହାନ୍ତି, ତେଣୁ ପୁଲିସ କୋର୍ଟ ନିକଟରେ ଦାଖଲ କରିପାରିନାହିଁ। ମଙ୍ଗଳାବାଗ ଥାନା ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନରେ ୫ ଜଣଙ୍କୁ ଜେରା କରିଛି। ଏଥିରେ ଜଣେ କ୍ୟାସିୟର ଅଛନ୍ତି। ବର୍ତ୍ତମାନର ଡିଡିଓ ଭାବେ ଜଣେ ଡାକ୍ତର ଅସ୍ଥାୟୀ ଭାବେ ଦାୟିତ୍ବରେ ଅଛନ୍ତି। ତେଣୁ ତାଙ୍କର ଏହି ଘଟଣା ସହିତ କୌଣସି ସମ୍ପର୍କ ନଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୂର୍ବ ଡିଡିଓଙ୍କ ସହିତ ଦିନେଶର ସମ୍ପର୍କ ଥିବା ସନ୍ଦେହ ହେଉଥିବାରୁ ସେମାନଙ୍କ ତାଲିକା ମିଳିଲେ ପୁଲିସ ପୃଥକ ଭାବେ ଜେରା କରିବାକୁ ଯୋଜନା କରୁଛି।

2 weeks ago
9


