Russia Ukraine War: 'ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ସହଯୋଗ କରିବ ଭାରତ'

2 weeks ago 8
ARTICLE AD BOX

ନୂଆଦିଲ୍ଲୀ : ରୁଷ୍‌ -ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଯୁଦ୍ଧ ଶେଷ କରିବାପାଇଁ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଗୁରୁବାର ୟୁକ୍ରେନ ରାଜଧାନୀ କିବ୍‌ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ଜୟଶଙ୍କର କହିଛନ୍ତି, ଆବଶ୍ୟକ ହେଲେ ଭାରତ ମଧ୍ୟସ୍ଥତା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ଜୟଶଙ୍କର ଆଜି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି । ଉଭୟଙ୍କ ସାକ୍ଷାତ ସମୟରେ ଜେଲେନସ୍କି ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନ ବିରୋଧରେ ରୁଷ୍‌ ଆରମ୍ଭ କରିଥିବା ଯୁଦ୍ଧ ଶେଷ କରିବାପାଇଁ ଭାରତ ସମର୍ଥନ କରିଥିବାରୁ ଜେଲେନସ୍କି ଏଥିପାଇଁ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜେଲେନସ୍କି କହିଛନ୍ତି, ସେ ଜୟଶଙ୍କରଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ‘ଶାନ୍ତିର ଆବଶ୍ୟକତା’ ଉପରେ ଭାରତର ସ୍ପଷ୍ଟ ସ୍ଥିତି ଉପରେ ଗୁରୁତ୍ବାରୋପ କରିଛନ୍ତି ।

IDCO: ୩୭ ପ୍ରକଳ୍ପକୁ ଇଡ୍‌କୋର ଜମି ଆବଣ୍ଟନ; ୨୪ ବୃହତ ଶିଳ୍ପ, ୧୩ ଏମ୍‌ଏସ୍‌ଏମ୍‌ଇ ପ୍ରକଳ୍ପ

ଜୟଶଙ୍କରଙ୍କୁ ଭେଟିବାପରେ ଜେଲେନସ୍କି ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ସହ ଏକ ବୈଠକ କରିଛି । ଆମେ ବିଭିନ୍ନ ଗୁୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ଯୁଦ୍ଧ ଶେଷ କରିବାପାଇଁ ଭାରତ ଇଚ୍ଛା ପ୍ରକାଶ କରିଥିବାରୁ ଆମେ କୃତଜ୍ଞ ବୋଲି ଜେଲେନସ୍କି କହିଛନ୍ତି । ଜେଲେନସ୍କିଙ୍କ ସହ କଥା ହେବା ପୂର୍ବରୁ ଜୟଶଙ୍କର ମଧ୍ୟ ୟୁକ୍ରେନ ବିଦେଶ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ ସହ କଥା ହୋଇଥିଲେ । ‌ଏହି ସମୟରେ ‌ସେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା କହିଛନ୍ତି ।

ଜୟଶଙ୍କର ଏହି ଗସ୍ତ ସମୟରେ ସେ ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏବଂ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ରାଡୋସ୍ଲାଓ ସିକୋର୍ସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସରକାରୀ ବିବୃତିରେ କୁହାଯାଇଛି ଯେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା । ଏଥିସହ ଆଞ୍ଚଳିକ ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ପାଇଁ ମଧ୍ୟ ଏହି ଗସ୍ତ ଏକ ସୁଯୋଗ ପ୍ରଦାନ କରିବ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.