ARTICLE AD BOX
ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟ କରିଛନ୍ତି ୨ ଜଣ ଲୁଟେରା ।
/sambad/media/media_files/2026/09/03/fb2dcce5-5867-41e1-979e-e82aa83bc602-2026-09-03-14-36-48.jpg)
ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟ କରିଛନ୍ତି ୨ ଜଣ ଲୁଟେରା । ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀ ମହେଶ ବେହେରା ଏବଂ ଆଲୋକ ନାଥ ଜୟଦେବ ନିକଟରୁ ଋଣ ଟଙ୍କା ଆଦାୟ କରି ବାଲିପାଟଣା ଅଭିମୁଖେ ଆସୁଥିଲେ ।
ଆହୁରି ପଢନ୍ତୁ : Cyclone: ଚୀନ୍ରେ ତାଣ୍ଡବ ରଚିଲା ଘୂର୍ଣ୍ଣିବାତ୍ୟା‘ସାଉଡେଲ୍’: ଫୁଜିଆନ୍ ପ୍ରଦେଶରେ ଲ୍ୟାଣ୍ଡଫଲ୍
ସାହେବନଗରଠାରେ ୨ ଜଣ ମୁଖା ପିନ୍ଧା ଲୁଟେରା ବାଇକରେ ଆସି ପ୍ରଥମେ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇଥିଲେ । ପରେ ବେକରେ ଏକ ତେଲେଙ୍ଗାକଟୁରୀ ଲଗାଇ ଧମକାଇବା ସହ ୧୫ ହଜାର ଟଙ୍କାସହ ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି | ବ୍ୟାଗରେ ଫାଇନାନ୍ସ କର୍ମଚାରୀଙ୍କର ଟ୍ୟାବ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା । ଏ ନେଇ ଫାଇନାନ୍ସ କର୍ମଚାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରତଦନ୍ତ କରୁଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
19


