Rain on hotel: ହୋଟେଲରେ ପଚା ମାଂସ, ମିଠାରେ ହୋଲି ରଙ୍ଗ

2 weeks ago 8
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ରେସ୍ତୋରାଁ ଓ ଖାଦ୍ୟ ବିକ୍ରୟ ସ୍ଥଳରେ ଚଢ଼ଉ ପରେ ଖାଦ୍ୟର ମାନ ଓ ସୁରକ୍ଷାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କେତେକ ରେସ୍ତୋରାଁରୁ ପଚା ଓ ଫିମ୍ପିମରା ମାଂସ ଜବତ ହୋଇଥିବା ବେଳେ ମିଠା ପ୍ରସ୍ତୁତିରେ ହୋଲିରେ ବ୍ୟବହୃତ ରଙ୍ଗ ମିଶାଯାଇଥିବା ମଧ୍ୟ ଯାଞ୍ଚ ବେଳେ ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ଦେଶବ୍ୟାପୀ ଚଢ଼ଉ ଜୋରଦାର ହେଉଥିବା ସମୟରେ ପଶ୍ଚିମବଙ୍ଗର ଏହି ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ଚାଲିଥିବା ଅଭିଯାନରେ ପଶ୍ଚିମବଙ୍ଗରେ ବିଭିନ୍ନ ରେସ୍ତୋରାଁ ଓ ଖାଦ୍ୟ ବିକ୍ରୟସ୍ଥଳରେ ଯାଞ୍ଚ କରାଯାଇଛି। ଏହି ସମୟରେ କିଛି ସ୍ଥାନରୁ କିଲୋ କିଲୋ ପଚା ମାଂସ ଜବତ ହୋଇଛି। କେତେକ ମାଂସରେ ଫିମ୍ପି ଲାଗିଥିବା ମଧ୍ୟ ଦେଖାଯାଇଛି।

ଖାଦ୍ୟରେ ଅସ୍ୱାସ୍ଥ୍ୟକର ଓ ଅନୁପଯୁକ୍ତ ସାମଗ୍ରୀ ବ୍ୟବହାରକୁ ନେଇ ଯାଞ୍ଚକାରୀ ଦଳ ଗୁରୁତର ଆପତ୍ତି ଉଠାଇଛନ୍ତି। ବିଶେଷକରି ମିଠା ପ୍ରସ୍ତୁତିରେ ଖାଦ୍ୟ ପାଇଁ ଅନୁମୋଦିତ ନ ଥିବା ରଙ୍ଗ ବ୍ୟବହାର ହେଉଥିବା ଜଣାପଡ଼ିଛି। ହୋଲି ସମୟରେ ବ୍ୟବହୃତ ରଙ୍ଗ ମିଠାରେ ମିଶାଯାଉଥିବା ଅଭିଯୋଗ ମଧ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି। ଖାଦ୍ୟ ସୁରକ୍ଷା ନିୟମ ପାଳନ କରୁ ନ ଥିବା ପ୍ରତିଷ୍ଠାନ ବିରୋଧରେ ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗ୍ରାହକଙ୍କୁ ନିରାପଦ ଖାଦ୍ୟ ଯୋଗାଇବା ପାଇଁ ଏପରି ଯାଞ୍ଚ ଅଭିଯାନକୁ ଗୁରୁତ୍ବ ଦିଆଯାଉଛି।

Sweet sales down 40%: ମିଠା ବିକ୍ରି ୪୦% କମିଲା: ଚିନି ଦରବୃଦ୍ଧି, ଭେଜାଲ ଛେନା ଉପରେ ଚଢ଼ଉ ପ୍ରଭାବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.