Rahasyam: ସେନ୍‌ସର ଅପେକ୍ଷାରେ ‘ରହସ୍ୟମ୍’

1 hour ago 1
ARTICLE AD BOX

ଆୟୁଷ ଫିଲ୍ମସ ବ୍ୟାନରରେ ନିର୍ମିତ ତଥା ସୁମନ୍ ବର୍ମାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଛବି ‘ରହସ୍ୟମ୍’ର ପୋଷ୍ଟ ପ୍ରଡକସନ୍ କାମ ସରିଛି। ଏହା ଏବେ ସେନ୍‌ସର ଅପେକ୍ଷାରେ ରହିଛି। ‘ପ୍ରେମ୍ ୱେଡ୍‌ସ୍ ପ୍ରିୟା’ ଓ ‘ଓୟେ ଅଞ୍ଜଳି’ ଫେମ୍ ରମାଶଙ୍କର ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଅଶ୍ବିନୀ ଗଡ଼ନାୟକ ଏହାର କ୍ରିଏଟିଭ୍ ଡିରେକ୍ଟର୍ ଅଛନ୍ତି। ଏହି ଫିଲ୍ମରେ ସମ୍ବିତ ଆଚାର୍ଯ୍ୟ, ମାନବୀ ପଟେଲ, ମିଲି (ଜ୍ୟୋତିର୍ମୟୀ) ବଳ, ଶ୍ରୀତମ ଦାସ, ହୃଷୀକେଶ, ପ୍ରତିଭା ପଣ୍ଡା, କେ. କେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ସୁଟିଂ ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ଭୁବନେଶ୍ବର ଓ କଟକରେ କରାଯାଇଛି।

ଏକ କାଳ୍ପନିକ କାହାଣୀ ଆଧାରିତ ହରର୍‌ ଓ ଥ୍ରିଲର୍‌ ‘ରହସ୍ୟମ୍’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ବସନ୍ତ ରାଜ ସାମଲ, ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ ଓ ପ୍ରେମ ଆନନ୍ଦ ଗୀତ ରଚନା କରିଥିବା ବେଳେ ଛଅଟି ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଦୀପ୍ତିରେଖା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ, ସବିଶେଷ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ପ୍ରୟାଣ ହୋତା, ଶ୍ରୀଚରଣ ମହାନ୍ତି ଓ ସମ୍ବିତ ଦାସ।  ଫିଲ୍ମଟିକୁ ଡିସେମ୍ବରରେ ରିଲିଜ୍ କରିବା ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.