ARTICLE AD BOX
ସାଧାରଣତଃ ଆମେ ହାତ ଖୋଲା ରଖି ଦୌଡ଼ିଥାଉ। ଦୌଡ଼ର ବେଗ ବଢ଼ାଇବା ଓ ସାମର୍ଥ୍ୟ ବୃଦ୍ଧିରେ ଏହା ସାହାଯ୍ୟ କରିଥାଏ। ହାତବନ୍ଧା ଅବସ୍ଥାରେ ଦୌଡ଼ିବା କାହା କାହା ପାଇଁ ଅସମ୍ଭବ ବି ଲାଗିପାରେ। ତେବେ ସ୍ପେନ୍ର ଜେସିକା ମୁନୋଜ୍ ପରେଡେସ୍ (୪୬) ଓ ତାଙ୍କ ସାଥୀ ପେଲାୟୋ ଆଲ୍ଭାରେଜ୍ ରେଭୁଆଲ୍ଟା (୪୦) ପରସ୍ପର ହାତରେ ହାତକଡ଼ି ପକାଇ ୧୦୧ କିଲୋମିଟର ଦୌଡ଼ି ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି। ଗତ ମେ ମାସରେ ସ୍ପେନ୍ର ସେନାବାହିନୀ ପକ୍ଷରୁ ଆୟୋଜିତ ୧୦୧ କିଲୋମିଟର୍ ଦୌଡ଼ରେ ଏହି ଦମ୍ପତି ଏହି ବିରଳ ସଫଳତା ହାସଲ କରିଥିଲେ। ଏବେ ତାହା ଗିନିଜ୍ ବୁକ୍ ଅଫ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଛି।
Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ
ପେଲାୟୋ, ସ୍ପାନିସ୍ ସିଭିଲ୍ ଗାର୍ଡରେ କାମ କରୁଥିବା ବେଳେ ଜେସିକା ସେଠାକାର ଜଣେ ପୁଲିସ ଅଧିକାରୀ। ତେଣୁ ବୃତ୍ତିଗତ ଭାବେ ଏମାନେ ଅନେକ ବାର ଅପରାଧୀଙ୍କ ହାତରେ ହାତକଡ଼ି ପକାଇଛନ୍ତି। ତେଣୁ ଉଭୟ ସେମାନଙ୍କ ବୃତ୍ତିର ଅଂଶ ସ୍ବରୂପ ହାତକଡ଼ି ସହ ବହୁ ପରିଚିତ। ହେଲେ ଏଠାରେ ହାତକଡ଼ିକୁ ଉଭୟ ନିଜ ହାତରେ ପକାଇ ଟ୍ରାକ୍ରେ ଦୌଡ଼ିଥିଲେ। ଏଭଳି ଅବସ୍ଥାରେ ୧୦୧ କିଲୋମିଟର୍ ଦୌଡ଼ିବା ସେମାନଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଆହ୍ବାନ ଥିଲା। ହେଲେ ସେମାନେ ଦୌଡ଼ିବା ବେଳେ ପରସ୍ପର ଭିତରେ ତାଳଦେଇ ନିଜ ସାମର୍ଥ୍ୟ ବଳରେ ବିଶ୍ବବିଜେତା ହୋଇଥିଲେ।
Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ
ଏହି ଦମ୍ପତିଙ୍କ କହିବା ଅନୁସାରେ, ସେମାନେ ପାହାଡ଼ିଆ ଅଞ୍ଚଳ ଦେଇ ଦୌଡ଼ିଥିଲେ। ତେଣୁ ସେମାନଙ୍କୁ ପରସ୍ପର ଭିତରେ ସମନ୍ବୟ ରଖି ନିଜ ନିଜ ଗତିକୁ ଠିକ୍ ଭାବେ ସଜାଡ଼ିବାକୁ ପଡ଼ିଥିଲା। ଜଣେ ଅପରର ଗତିବିଧିକୁ ବୁଝିବା ମଧ୍ୟ ବଡ଼ କଥା ଥିଲା। ଲୋକେ କିଭଳି ସହଯୋଗ ଓ ପାରସ୍ପରିକ ବୁଝାମଣା ଦ୍ବାରା ଯେକୌଣସି କଠିନ ପରିସ୍ଥିତିରୁ ମୁକୁଳିପାରିବେ, ଦୌଡ଼ ଜରିଆରେ ସେମାନେ ତାହା ପ୍ରଦର୍ଶିତ କରିବାକୁ ଚାହୁଁଥିଲେ ବୋଲି ଉଭୟ କହିଛନ୍ତି। ଅପରପକ୍ଷରେ, ଏହି ଦମ୍ପତିଙ୍କ ଦୁଇ ସନ୍ତାନ ୟେରେ ଓ ମିଆଙ୍କ କହିବା କଥା ହେଲା, ବାପାମାଆଙ୍କ ଏହି ସଫଳତା ସେମାନଙ୍କୁ ନିଷ୍ଠା ଓ ଦୃଢ଼ତାର ବାର୍ତ୍ତା ଦେଇଛି। ଏହା ସହିତ କୌଣସି ପରିସ୍ଥିତିରେ ନହାରିବାର ପ୍ରେରଣା ବି ଦେଇଛି।

58 minutes ago
1


