Kalinga Book Fair Inaugurated: କଳିଙ୍ଗ ପୁସ୍ତକ ମେଳା ଉଦ୍‌ଘାଟିତ: ‘ପାଠକୀୟ ଅଭ୍ୟାସ ସମାଜକୁ ସମୃଦ୍ଧ କରେ’

1 hour ago 1
ARTICLE AD BOX

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ୨୯ତମ କଳିଙ୍ଗ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ, ପାଠକୀୟ ଅଭ୍ୟାସ ସମାଜକୁ ସମୃଦ୍ଧ କରେ; ପୁସ୍ତକ ମଣିଷକୁ କେବଳ ଜ୍ଞାନ ଦିଏ ନାହିଁ ବରଂ ତାକୁ ଯୁକ୍ତିଶୀଳ, ସମ୍ବେଦନଶୀଳ ଓ ମାନବବାଦୀ କରି ଗଢ଼ିତୋଳେ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ମନୋରଞ୍ଜନ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଜ୍ଞାନ ଆହରଣ ଓ ବ୍ୟକ୍ତିତ୍ୱ ବିକାଶରେ ପୁସ୍ତକର ଅବଦାନ ଉପରେ ଗୁରୁତ୍ୱ ଦେଇଥିଲେ। 

Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ଶିକ୍ଷା ଓ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପୁସ୍ତକ ମେଳା କମିଟିର ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ମେଳାର ଉଦ୍ଦେଶ୍ୟ, ଆୟୋଜନ ଓ ପାଠକୀୟ ସଂସ୍କୃତିର ପ୍ରସାରରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପୁସ୍ତକ ମେଳାରେ ବିଭିନ୍ନ ପ୍ରକାଶନ ସଂସ୍ଥା, ପୁସ୍ତକ ବିକ୍ରେତା ଓ ସାହିତ୍ୟ ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ଓଡ଼ିଆ ସାହିତ୍ୟ ସମେତ ଦେଶୀ ଓ ବିଦେଶୀ ଭାଷାର ବିଭିନ୍ନ ବିଷୟଭିତ୍ତିକ ପାଠ୍ୟପୁସ୍ତକ ଏଠାରେ ଉପଲବ୍‌ଧ ହୋଇଛି। ଏହି ମେଳା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୨ଟାରୁ ରାତି ୯ଟା ଯାଏଁ ଚାଲିବ। କମିଟିର ସଭାପତି ବିଜୟା ମିଶ୍ର ଓ ସମ୍ପାଦିକା ରେଣୁକା ମିଶ୍ର ଏହି ମେଳାକୁ ସଫଳ କରିବା ପାଇଁ ସମସ୍ତ ପାଠକ, ଲେଖକ, ପ୍ରକାଶକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀଙ୍କୁ ଯୋଗଦେବାକୁ ଆହ୍ୱାନ ଜଣାଇଛନ୍ତି।

Migrant worker: ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର; ବିଧାୟକ ଦେଲେ ଆର୍ଥିକ ସହାୟତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.