Incident of B.Tech student's suicide: ବିଟେକ୍‌ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା: ସନ୍ଦେହ ଘେରରେ ଛାତ୍ରୀଙ୍କ ଭୂମିକା, ମାମଲା ରୁଜୁ

1 hour ago 1
ARTICLE AD BOX

ଭୁବନେଶ୍ବର: ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିଟେକ୍‌ ଛାତ୍ର ହିରଣ୍ମୟ ପତିଙ୍କ ଆତ୍ମହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ହିରଣ୍ମୟଙ୍କ ଆତ୍ମହତ୍ୟା ପଛରେ ଜଣେ ଛାତ୍ରୀଙ୍କ ହାତ ରହିଛି। ସେ କିଛିଦିନ ଧରି ହିରଣ୍ମୟଙ୍କୁ ବିଭିନ୍ନ ସମୟରେ ମାନସିକ ଚାପ ଦେବା ସହ ଧମକ ଓ ବ୍ଲାକମେଲିଂ କରି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା କଥା ମା’ ଊଷାରାଣୀ ମିଶ୍ର ଅଭିଯୋଗ କରିଛନ୍ତି। କେବଳ ହିରଣ୍ମୟ ନୁହେଁ; ସମ୍ପୃକ୍ତ ଛାତ୍ରୀଙ୍କ ପାଇଁ ବାଲେଶ୍ବରର ଆଉ ଜଣେ ଯୁବକ ଆତ୍ମହତ୍ୟା କରିଥବା କଥା ପଦାକୁ ଆସିଛି। ଏ ସମ୍ପର୍କରେ ଊଷାରାଣୀ ପୁର ହାତାଲେଖା ଚିଠି, ମୋବାଇଲ୍‌ ରେକଡିଂ ଏବଂ ହ୍ବାଟ୍‌ସଆପ୍‌ରେ ଥିବା ମେସେଜ୍‌ ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଛନ୍ତି। ଘଟଣାକୁ ଗୁରୁତର ସହ ନେଇ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରି ଛାତ୍ରୀଙ୍କ ବିରୋଧରେ ହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇଛି। ସେହିପରି ହିରଣ୍ମୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କରିଛି।

Migrant worker: ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର; ବିଧାୟକ ଦେଲେ ଆର୍ଥିକ ସହାୟତା

ବ୍ଲାକମେଲ୍‌ କରୁଥିବା ଅଭିଯୋଗ
ଆଉ ଜଣେ ଛାତ୍ର ବି ଆତ୍ମହତ୍ୟା କରିଥିଲେ

ଅଭିଯୋଗରେ ଦର୍ଶାଇଯାଇଛି ଯେ ରାଉରକେଲାର ସରକାରୀ ମହାବିଦ୍ୟାଳୟର ଜଣେ ଛାତ୍ରୀ ୨ମାସ ତଳେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ହିରଣ୍ମୟଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଉଷାରାଣୀ ଏବଂ ତାଙ୍କ ସ୍ବାମୀ ନିରାକାର ପତି ଉଭୟ ସରକାରୀ ଶିକ୍ଷକ ହୋଇଥିବାରୁ ଦମ୍ପତି ବାହାରେ ରହୁଥିଲେ। ଯାହାର ସୁଯୋଗ ନେଇ ସମ୍ପୃକ୍ତ ଛାତ୍ରୀ ତାଙ୍କ ପୁଅକୁ ଫସାଇ ରାଉରକେଲା ଡାକୁଥିଲା। ସେମାନଙ୍କ ଅନୁପସ୍ଥିତିରେ ଛେଣ୍ଡ କଲୋନିରେ ଥିବା ତାଙ୍କ ଘରକୁ ଆସି ସମ୍ପର୍କ ରଖୁଥିଲା। ଯାହକାର ସିସିଟିଭି ଫୁଟେଜ୍‌ ମଧ୍ୟ ରହିଛି। ଏମିତିକି ଊଷାରାଣୀଙ୍କ ଘରେ କାମ କରୁଥିବା ମହିଳା ବାରଣ କରିବାରୁ ଛାତ୍ରୀଜଣଙ୍କ ତାଙ୍କୁ ଧମକଚମକ ଦେଉଥିଲେ। ହିରଣ୍ମୟ ଭୁବନେଶ୍ବର ଯିବା ପରେ ଛାତ୍ରୀଜଣଙ୍କ ତାଙ୍କୁ ମାନସିକ ଚାପ ଦେଇଥିଲା। ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ହିରଣ୍ମୟ ଆତ୍ମହତ୍ୟା କରିଥିବା ନିଜ ଚଠିରେ ଲେଖିଥିବା ବେଳ ତାଙ୍କର ଫୋନ୍‌କଲ୍‌ ରେକର୍ଡ ଏବଂ ସୋସିଆଲ୍‌ ମିଡିଆ ମେସେଜ୍‌ରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ବୋଲଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Conference: ନଭେମ୍ବର ୧୫ରୁ ଭୁବନେଶ୍ବରରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

ଛାତ୍ରୀଙ୍କ ନିର୍ଯାତନା ଯୋଗୁ  ଅଗଷ୍ଟ ୨୩ ତାରିଖରେ ଗୁଣୁପୁରରେ ବିଟେକ୍‌ ପଢ଼ୁଥିବା ଛାତ୍ର କୌଶିକ ମହାପାତ୍ର ଆତ୍ମହତ୍ୟା କରିଥିବା କଥା ମଧ୍ୟ ପଦାକୁ ଆସିଛି। ପୁଅର ମୋବାଇଲ୍‌ ଓ ସୁଇସାଇଡ୍‌ ନୋଟ୍‌ରୁ ଛାତ୍ରୀଙ୍କ ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ବି ରାଜ୍ୟ ବାହାରେ ରହୁଥିବାରୁ ଥାନାରେ ଅଭିଯୋଗ କରିନଥିଲେ। ହେଲେ ହିରଣ୍ମୟଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ସବୁ କହିଥିଲେ। ଏମିତିକି ପୁଅ ସହ ଥିବା ଛାତ୍ରୀର ଫଟୋ, କିଛି ମେସେଜ୍‌ ଏବଂ ଅନ୍ୟ ପ୍ରମାଣ ପଠାଇଥିଲେ। ଛାତ୍ରୀଙ୍କ ପାଇଁ ଦୁଇ ଜଣ ବିଟେକ୍‌ ଛାତ୍ରଙ୍କ ଜୀବନ ଯିବା ପରେ ଘଟଣାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.