ARTICLE AD BOX
ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ ଚାରିଟି ନୂତନ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିଲେ। ଏଗୁଡିକ ମଧ୍ୟରେ ମୟୁରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ, ଓ ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ରହିଛି। ଏହି ମହାବିଦ୍ୟାଳୟର କାର୍ଯ୍ୟାନ୍ବୟନ ଓ ଅଗ୍ରଗତି ସମ୍ପର୍କରେ ଆଜି (ଗୁରୁବାର) ଏକ ଉଚ୍ଚସ୍ତରୀୟ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି।
OUAT: ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରରେ ଓୟୁଏଟି ଅସ୍ଥାୟୀ କ୍ୟାମ୍ପ; ସେପ୍ଟେମ୍ବରରୁ ଶିକ୍ଷାଦାନ
ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଇତିମଧ୍ୟରେ ସମସ୍ତ ଚାରିଟି କଲେଜର ଡିପିଆର ପ୍ରସ୍ତୁତ ହୋଇ ସାରିଛି ଏବଂ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ ନିମନ୍ତେ ସ୍ଥାନ ଚୟନ ମଧ୍ୟ ସରିଛି। ଚାରୋଟି କଲେଜ ପାଇଁ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ମଧ୍ୟ ହୋଇସାରିଛି।
ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ସିଂହଦେଓ କହିଛନ୍ତି, ମୟୁରଭଞ୍ଜରେ ହେବାକୁ ଥିବା କୃଷି ମହାବିଦ୍ୟାଳୟ ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। ନୂତନ ମହାବିଦ୍ୟାଳୟରେ ସର୍ବମୋଟ ୭୭ ଟି ପଦବି ସୃଷ୍ଟି କରାଯାଇଛି। ସେଥିରେ ୨୪ ଗୋଟି ଶିକ୍ଷକ ଓ ୫୩ ଗୋଟି ଅଣଶିକ୍ଷକ ପଦବି ଦୃଷ୍ଟି ହୋଇଛି। ଚଳିତ ଶିକ୍ଷା ବର୍ଷରୁ ଏହି କୃଷି ମହାବିଦ୍ୟାଳୟରେ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବଶୀଘ୍ର ସେମାନଙ୍କ ପାଠପଢା ଆରମ୍ଭ ହେବ ଏବଂ ଅନ୍ୟ ତିନୋଟି କଲେଜରେ ଆସନ୍ତା ଶିକ୍ଷା ବର୍ଷରୁ ନାମଲେଖା ଓ ପାଠପଢା ଆରମ୍ଭ ହେବ।
OUAT's 65th Foundation Day ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ
ଆଜିର ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ, ଓୟୁଏଟି କୁଳପତି ଡ ପ୍ରଭାତ କୁମାର ରାଉଳଙ୍କ ସମେତ ସମସ୍ତ ଚାରିଟି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ବୈଠକରେ ଯୋଗଦେଇଥିଲେ।

2 weeks ago
6


