Odisha Vigilance Trap ୬ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଗିରଫ

2 weeks ago 6
ARTICLE AD BOX

ଭୁବନେଶ୍ବର: ପାଇକାରୀ ‌ଔଷଧ ବିକ୍ରି ନିମନ୍ତେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅଭିଯୋଗକାରୀ/ଆବେଦନକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଯାଜପୁର ସହକାରୀ ଡ୍ରଗ୍‌ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା। 

Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ

ଭିଜିଲାନ୍‌ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଲାଞ୍ଚୁ୍ଆ ସହକାରୀ ଡ୍ରଗ୍‌ସ କଣ୍ଟ୍ରୋଲରଜଣକ ଉକ୍ତ ଆବେଦନକାରୀଙ୍କ ଠାରୁ ପାରାଦୀପ-କଟକ ସଂଯୋଗ କରିଥିବା ଜାତୀୟ ରାଜପଥ-୫୩ ଛକର ରାସ୍ତାକଡ଼ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏହି ସମୟରେ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ମାଡ଼ିବସିଥିଲା। 

Doctor Convicted ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ପାଇଁ ନେଇଥିଲେ ଲାଞ୍ଚ, କୋର୍ଟ ଦେଲେ ୪ ବର୍ଷ କାରାଦଣ୍ଡ

ଆବେଦନକାରୀ ଜଣକ ୨୦୨୫ ମଇ ୧୧ ତାରିଖରେ ପାଇକାରୀ ଔଷଧ ଦୋକାନ ଖୋଲିବା ପାଇଁ ସ୍ବୀକୃତପତ୍ର ନିମନ୍ତେ ଆବେଦନ କରିଥିଲେ। ଏହା ମଧ୍ୟରେ ସେ ଜଗତସିଂହପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଅନେକଥର ଭେଟିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ ବିଭିନ୍ନ ବାହାନା ଦେଖାଇ ଆବେଦନକୁ ଏଡ଼ାଇ ଦେଉଥିଲେ। ଶେଷରେ ସ୍ବୀକୃତିପତ୍ର ପ୍ରଦାନ କରିବାକୁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଆବେଦନକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

Asst Drugs controller vigilnceଧରାପଡ଼ିଥିବା ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ହାଂସଦା

ଆଜି (ଗୁରୁବାର) ଏହି ଟଙ୍କା ଦେବା ନିମନ୍ତେ ଆବେଦନକାରୀ କାର୍ଯ୍ୟାଳୟକୁ ଯାଇଥିଲେ, କିନ୍ତୁ ଉକ୍ତ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ପାଇନଥିଲେ। ଫୋନ୍‌ କରିବାକୁ ସେ ନିର୍ଦ୍ଧାରିତ ସ୍ଥାନରେ ଥିବା କହିଥିଲେ। ଜାତୀୟ ରାଜପଥର ଛକ ଠାରେ ପହଞ୍ଚିବାବେଳେ ରାସ୍ତାକଡ଼ରେ ଥିବା ଏକ ୱଗନ ଆର୍‌ କାର୍‌ରେ ବସିବାକୁ କହିଥିଲେ। କାର୍‌ ଭିତରେ ସେ ଆବେଦନକାରୀଙ୍କ ଠାରୁ ଟଙ୍କା ନେଇଥିଲେ।। 

JRA Caught Red-Handed ୬ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝର ଜେଆର୍‌ଏ ଗିରଫ

ଏହି ଘଟଣାରେ ଭିଜିଲାନ୍‌ସ ୩୪/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ଏକ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ କାର୍ଯ୍ୟାଳୟ, ବାସଭବନ ସହ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.