ARTICLE AD BOX
ଭୁବନେଶ୍ୱର: ଓଡିଶା ନାଗରିକ ସମାଜ ତରଫରୁ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧିତ(ଏମଏମଡିଆର) ଆଇନ୍ ୨୦୨୬ ସମ୍ପର୍କରେ ଏକ ଗୋଲ ଟେବୁଲ୍ ବିଚାର ବିମର୍ଶ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ସଂଶୋଧନ ଆଇନ୍ରେ ଓଡ଼ିଶାର ଲାଭ କେତେ ଓ କ୍ଷତି କେତେ ? ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଓଡିଶା ନାଗରିକ ସମାଜର ପ୍ରତିଷ୍ଠାତା ସଭାପତି ଡ଼ଃ ଭଗବାନ ପ୍ରକାଶଙ୍କ ପୌରାହିତ୍ୟରେ ସଦସ୍ୟ ସଚିବ ମନୋଜ ଜେନାଙ୍କ ଆବାହକତ୍ବ ଏବଂ ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା।
ଦେଶର ଖଣିଜ ସମ୍ପଦର ସିଂହ ଭାଗ ଓଡ଼ିଶାରେ ଗଛିତ ରହିଥିବା ସତ୍ତ୍ବେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସେପରି ଆଖିଦୃଶିଆ ସହାୟତା କରିପାରିନାହିଁ। କେନ୍ଦ୍ର ସରକାରଙ୍କ ଏମଏମଡିଆର ଆକ୍ଟ ବା ଖଣି ଓ ଖଣିଜ ସମ୍ପଦ ବିକାଶ ସଂଶୋଧନ ଅଧିନିୟମ ୨୦୨୬କୁ ନେଇ ବେଶ ପ୍ରତିକ୍ରିୟା, ବିବାଦ, ଆରୋପ ପ୍ରତ୍ୟାରୋପ ସହିତ ଓଡ଼ିଶାବାସୀଙ୍କ ମନରେ ଗଭୀର ଭାବାବେଗ ସୃଷ୍ଟି ହୋଇଛି। ଏହାକୁ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ର ଷଡ଼ଯନ୍ତ୍ର ଓ ବିନାଶ ପାଇଁ ଅନ୍ତର୍ଘlତି କାର୍ଯ୍ୟ ବୋଲି ବୁଦ୍ଧୀଜୀବୀ ଓ ବିରୋଧୀ କହୁଥିବା ବେଳେ ଶାସକ ଏହାକୁ ଓଡ଼ିଶାର ବିକାଶ ପାଇଁ ନୂଆ ଦିଗଦର୍ଶନ ବୋଲି ସଫେଇ ଦେଉଛନ୍ତି। ଆଲୋଚନାରେ ଅନେକ ବୁଦ୍ଧିଜୀବୀ କହିଲେ ଏହି ଆଇନ୍ରେ ଆମ ରାଜ୍ୟ ଅନେକ କ୍ଷତିଗ୍ରସ୍ତ ହେବ। ଖଣି ଉପରେ ରାଜ୍ୟର କୌଣସି ହକ୍ ରହିବନି ଏବଂ ଖଣି ଅଞ୍ଚଳର ଜଙ୍ଗଲ, ଆଦିବାସୀ ଓ ବିଶେଷ କରି ରାଜ୍ୟ ପ୍ରଶାସନର କିଛି କ୍ଷମତା ଓ ଅଧିକାର ରହିବନି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି l କେନ୍ଦ୍ର ଓ କର୍ପୋରେଟ୍ ଲାଭବlନ ହେବ ଓ ଓଡ଼ିଶାରେ ଗଭୀର ପରିବେଶ ପ୍ରଭାବ ସହ ସାମଗ୍ରିକ କ୍ଷତି ହେବ ବୋଲି ଆକଳନ ପରିବେଶବିତ୍ ଓ ସାମାଜିକ ସଂଗଠନ ଓ କର୍ମୀ ମତ ଦେଇଛନ୍ତି l
‘ବିକାଶ’ର ୪୦ତମ ବାର୍ଷିକ ଉତ୍ସବ: ‘ଏନ୍ଜିଓମାନେ ନାଗରିକ ସମାଜର ନେତୃତ୍ବ ନେବା ଉଚିତ’
ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ସାଂସଦ ଓ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସିପିଆଇଏମ୍ର ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଳି କିଶୋର ପଟନାୟକ, ବିଜେଡି ବିଧାୟକ ଡ ଅରୁଣ ସାହୁ, କଂଗ୍ରେସ ନେତା ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, ବେବି ନାୟକ, ନିରୁପମା ରଥ, ବିନୋଦିନୀ ଦେବୀ, ରାଜୀବ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ସନ୍ଦୀପ ମିଶ୍ର, ନାଗେଶ୍ୱର ପଟନାୟକ, ଅକ୍ଷୟ ସାହୁ, ରମେଶ ମହାନ୍ତି, ସିପିଆଇଏମଏଲର ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଅର୍ଥନୀତିଜ୍ଞ ସୁବାଷ ଦାସ, ଆରଜେଡିର ହେମନ୍ତ, ଆରପିଆଇର ଶେଖ ଅବଦୁଲ ୱାଲୀ ସ୍ତମ୍ଭକାର ମାନସ ଜେନା, କାର୍ତିକ ସାହୁ,ନଟବର ଖୁଣ୍ଟିଆ,ପରିବେଷବିତ ପ୍ରଫୁଲ୍ଲ ସାମନ୍ତରାୟ, ଜୟକୃଷ୍ଣ ପାଣିଗ୍ରାହୀ, ବିଜୟ ପରିଡା,ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟ, ମହିଳା ଅଧିକାର ଅଭିଯାନର ରୀନା ରାଉତରାୟ, ଉଦ୍ୟୋଗୀ ପରିବାର ମୁଖ୍ୟ ଶିବ ପ୍ରସାଦ ମିଶ୍ର, କବି ରକ୍ଷକ ନାୟକ, ସମତା କ୍ରାନ୍ତି ଦଳର ପ୍ରଭାତ ସାମନ୍ତରାୟ, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ପାଇକରାୟ , ବିଜୟ ପ୍ରଧାନ, ପ୍ରଭାସିନୀ ରାଉତ,ଗିରିଶ ମହାନ୍ତି, ସଚିକାନ୍ତ ପ୍ରଧାନଙ୍କ ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ଗଣ ସଂଗଠନ, ସାମାଜିକ ସଂଗଠନ,ବୁଦ୍ଧିଜୀବୀ, ବିଶେଷଜ୍ଞ ଯୋଗ ଦେଇ ବିଚାର ଆଲୋଚନା କରି ଆଗାମୀ ପଦକ୍ଷେପ ଉପରେ ବିସଦ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ l

2 weeks ago
8


