Neeraj Chopra: ଏସୀୟ କ୍ରୀଡ଼ା: ଭାରତୀୟ ଦୌଡ଼କୁଦ ଦଳରେ ସାମାନ୍ୟ ପରିବର୍ତ୍ତନ

2 weeks ago 8
ARTICLE AD BOX

ଚଳିତ ମାସ ୧୯ରୁ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ଲୁଧାଆନରେ ୭୭ ଜଣିଆ ପରବିର୍ତ୍ତିତ ଟ୍ରାକ୍‌ ଆଣ୍ଡ ଫିଲ୍‌ ଦଳ ଘୋଷଣା କରିଛି।

 ଭାରତୀୟ ଦୌଡ଼କୁଦ ଦଳରେ ସାମାନ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ: ଚଳିତ ମାସ ୧୯ରୁ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ଲୁଧାଆନରେ ୭୭ ଜଣିଆ ପରବିର୍ତ୍ତିତ ଟ୍ରାକ୍‌ ଆଣ୍ଡ ଫିଲ୍‌ ଦଳ ଘୋଷଣା କରିଛି। ଆହତ ନୀରଜ ଚୋପ୍ରାଙ୍କ ସ୍ଥାନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଜାଭ୍‌ଲିନ୍‌ ଫିଙ୍ଗାଳୀ ଯଶବୀର ସିଂହଙ୍କୁ ଦଳରେ ସାମିଲ କରାଯାଇଛି। ନାଡ଼ାଠୁ ଡୋପିଂ ନୋଟିସ୍‌ ପାଇଥିବା ଲମ୍ବଦୂରତା ଧାବକ ଅଭିଷେକ ପାଲ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଆହତ ଯୋଗୁଁ ପୁରୁଷ ୧୧୦ ମିଟର ବାଧାଦୌଡ଼ାଳି ତେଜାସ ଶିର୍ସେଙ୍କୁ ମଧ୍ୟ ବାଦ୍‌ ଦିଆଯାଇଛି। ଚଳିତ ବର୍ଷ ଆରମ୍ଭରୁ କ୍ରୀଡ଼ା ମନ୍ତ୍ରାଳୟ ଦ୍ବାରା ଘୋଷିତ ୭୩ ଜଣିଆ ଦଳରେ ଶିର୍ସେ ଓ ଅଭିଷେକ ଦୌଡ଼କୁଦ ଦଳରେ ସାମିଲ ଥିଲେ। ବୁଧବାର କ୍ରୀଡ଼ା ମନ୍ତ୍ରାଳୟ ଏଥିରେ ଆଉ ୬ ଜଣ ହାରିତା ଭଦ୍ରା (୨୦୦ ମିଟର), କିରଣ ପହଲ (୪୦୦ ମିଟର), ସିନ୍ଧୁଶ୍ରୀ ଜି (ପୋଲ୍‌ଭୋଲ୍ଟ), ଆଶା ଲାଙ୍ଗୋ (ଟ୍ରିପଲ୍‌ ଜମ୍ପ୍‌), ସାନ୍ୟା ଯାଦବ (ଡିସ୍‌କସ୍‌) ଓ ପ୍ରବୀଣ କୁମାର (ହାମର ଥ୍ରୋ)ଙ୍କୁ ସାମିଲ କରିଥିଲା ବେଳେ ଶିର୍ସେ ଓ ଅଭିଷେକଙ୍କୁ ବାଦ୍‌ ଦେଇଥିଲା। ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ଅନୁରୋଧ କ୍ରମେ ଏହାକୁ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ପରିଚାଳନା କମିଟି ଗ୍ରହଣ କରିଛି। ଗତ ଏସୀୟ କ୍ରୀଡ଼ା ସଂସ୍କରଣରେ ଯୁଗଳ ପଦକ ଜିତିଥିବା ଅଭିନାଶ ସାବ୍‌ଲେଙ୍କୁ ଏଥର ଦୁଇଟି ଇଭେଣ୍ଟ୍‌ ଖେଳାଇବାକୁ ଏଏଫ୍‌ଆଇ ଆୟୋଜକଙ୍କୁ ଅନୁରୋଧ କରିଛି। ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ସେ ଭାଗ ନେବା ନିଶ୍ଚିତ ଥିଲା ବେଳେ ୫୦୦୦ ଦୌଡ଼ ପାଇଁ ଏଏଫ୍‌ଆଇ ଅନୁ‌ରୋଧ କରିଛି। ୨୦୨୩ ହାଙ୍ଗଝୌରେ ଅଭିନାଶ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ସ୍ବର୍ଣ୍ଣ ଓ ୫୦୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଥିଲେ।

୬ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଗିରଫ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.