ARTICLE AD BOX
ନୂଆଦିଲ୍ଲୀ : ଆର୍ଏସ୍ଏସ୍ ସହ ଜଡ଼ିତ ବ୍ୟକ୍ତି ଓ ସଂସ୍ଥାଠାରୁ ରାଜନୈତିକ ଅନୁଦାନ ନେବେ ନାହିଁ ବୋଲି ଆମେରିକାର ୯୦ ଜଣ ରାଜନେତା ଶପଥ ନେଇଛନ୍ତି । ଏହି ତାଲିକାରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଓ ପ୍ରମିଳା ଜୟପାଲଙ୍କ ସହ ମିଚିଗାନ୍ର ଆମେରିକୀୟ ସିନେଟ୍ ପ୍ରାର୍ଥୀ ଅବଦୁଲ ଏଲ୍-ସୟଦ ଓ ଇଲିନୟର କଂଗ୍ରେସ ସଦସ୍ୟ ରବିନ୍ କେଲି ମଧ୍ୟ ଅଛନ୍ତି ।
ଗତ ସୋମବାର ଦିନ ‘ହିନ୍ଦୁସ୍ ଫର୍ ହ୍ୟୁମାନ୍ ରାଇଟ୍ସ ଆକ୍ସନ୍’ ଓ ‘ସାଉଥ୍ ଏସିଆନ୍ ଆମେରିକାନ୍ କୋଆଲିସନ୍ ଟୁ ରିନ୍ୟୁ ଡେମୋକ୍ରାସି ଆକ୍ଟସ୍’ ପକ୍ଷରୁ ଏହି ଶପଥ ଘୋଷଣା କରାଯାଇଥିଲା । ଆମେରିକାର ଆଠଟି ରାଜ୍ୟର ଫେଡେରାଲ୍, ରାଜ୍ୟ ଓ ସ୍ଥାନୀୟ ସ୍ତରର ନେତା ଏଥିରେ ସାମିଲ ହୋଇଛନ୍ତି । ପୂର୍ବରୁ ଆରଏସ୍ଏସ୍ ସହ ଜଡ଼ିତ ଅନୁଦାନ ମିଳିଥିଲେ ତାହା ଫେରାଇବା କିମ୍ବା ଗଣତନ୍ତ୍ରକୁ ସମର୍ଥନ କରୁଥିବା ସଂଗଠନକୁ ଦେବାକୁ ମଧ୍ୟ ଏଥିରେ କୁହାଯାଇଛି ।
Russia Ukraine War: 'ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ସହଯୋଗ କରିବ ଭାରତ'
ଏହି ଘୋଷଣା ପୂର୍ବରୁ, ଅଗଷ୍ଟ ୨୯ରେ ନ୍ୟୁୟର୍କର ମ୍ୟାନହାଟନ୍ସ୍ଥିତ ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ରେ ଆୟୋଜିତ ‘ବିଶ୍ବ ଏକତା’ କାର୍ଯ୍ୟକ୍ରମରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଆର୍ଏସ୍ଏସ୍ର ଶତବାର୍ଷିକୀ ଅବସରରେ ଆନ୍ତର୍ଜାତିକ ସମ୍ପର୍କ ବଢ଼ାଇବା ଉଦ୍ଦେଶ୍ୟରେ ‘ଆମେରିକାନ୍ ହିନ୍ଦୁସ୍ ଫର୍ ଏନ୍ଗେଜମେଣ୍ଟ ଆଣ୍ଡ୍ ଡାଏଲଗ୍’ ଏହାକୁ ଆୟୋଜନ କରିଥିଲା । ଭାଗବତ ଏଠାରେ ଧର୍ମୀୟ ସମନ୍ୱୟ ଓ ବିଶ୍ୱ ଏକତାର ବାର୍ତ୍ତା ଦେଇଥିଲେ ।
ପ୍ରମିଳା ଜୟପାଲ ଆର୍ଏସ୍ଏସ୍କୁ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ଦକ୍ଷିଣପନ୍ଥୀ ସଂଗଠନ ବୋଲି କହିଛନ୍ତି । ରୋ ଖାନ୍ନା ଆର୍ଏସ୍ଏସ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ଗୋଷ୍ଠୀ ବୋଲି ଅଭିହିତ କରିଛନ୍ତି । ସେ ନିକଟରେ ମିଳିଥିବା ଆର୍ଏସ୍ଏସ୍ ସହ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ୬,୬୦୦ ଡଲାରର ଅନୁଦାନ ଅନ୍ୟତ୍ର ଦାନ କରିଥିବା କହିଛନ୍ତି । ତେବେ ଏହି ଅଭିଯାନକୁ ନେଇ ହିନ୍ଦୁ ଆମେରିକୀୟ ସଂଗଠନଗୁଡ଼ିକ ଆପତ୍ତି ଉଠାଇଛନ୍ତି । ହିନ୍ଦୁ ଆମେରିକାନ୍ ପଲିଟିକାଲ୍ ଆକ୍ସନ୍ କମିଟି ଏହାକୁ ଭେଦଭାବପୂର୍ଣ୍ଣ ଓ ‘ହିନ୍ଦୁ-ବିରୋଧୀ’ ବୋଲି କହିଛି । ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୁହାଗ ଏ. ଶୁକ୍ଲା ମଧ୍ୟ ହିନ୍ଦୁ ଆମେରିକୀୟଙ୍କୁ ଅଲଗା ଭାବେ ଯାଞ୍ଚ କରିବା ଅଭିଯାନକୁ ‘ଅଣ-ଆମେରିକୀୟ’ ବୋଲି କହି ସମାଲୋଚନା କରିଛନ୍ତି ।

2 weeks ago
8


