ARTICLE AD BOX
ନୂଆଦିଲ୍ଲୀ: ଚଳିତ କୋପା ଆର୍ଜେଣ୍ଟିନା କପ୍ରେ ଭେଲେଜ ସାର୍ସଫିଲ୍ଡ ଓ ବୋକା ଜୁନିୟର୍ସ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଦଶମ ମିନଟ୍ରେ ମ୍ୟାଚ୍କୁ ଦେଶର ମହାନ ଫୁଟ୍ବଲ୍ ତାରକା ଲିଓନେଲ ମେସିଙ୍କ ପାଇଁ ସ୍ଥଗିତ ରଖାଯାଇଥିଲା। ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବସର ନେଇଥିବା ମେସିଙ୍କୁ ଖେଳାଳିମାନେ ସମ୍ମାନ ଜଣାଇଥିଲେ।
ଫୁଟ୍ବଲ୍ ତାରକା ଲିଓନେଲ ମେସିଙ୍କ ପାଇଁ ମ୍ୟାଚ୍ ସ୍ଥଗିତ
୨୦୨୬ ଫିଫା ବିଶ୍ବକପ୍ ପରେ ଅବସର ନେଇଥିବା ଏହି ମାହନ ତାରକାଙ୍କୁ ଏଷ୍ଟାଡିଓ ମାରିଓ ଅଲ୍ବର୍ତୋ କ୍ୟାମ୍ପସ୍ରେ ଉପସ୍ଥିତ ସମସ୍ତ ଦର୍ଶକ ଠିଆ ହୋଇ କରତାଳିରେ ମେସିଙ୍କ ପ୍ରତି ସେମାନଙ୍କ ସମ୍ମାନ ଦେଇଥିଲେ। ଏହି ସମୟରେ ପଡ଼ିଆରେ ମେସିଙ୍କ ପୂର୍ବତନ ଅନ୍ତର୍ଜାତୀୟ ସାଥୀ ଲିଆଣ୍ଡ୍ରୋ ପାରେଡେସ୍ ଓ ମାନୁଏଲ ଲାଞ୍ଜିନି ଉପସ୍ଥିତ ଥିଲେ। ଏହି ମ୍ୟାଚ୍ ଗୋଲ୍ଶୂନ୍ୟରେ ଶେଷ ହେବା ପରେ ବୋକା ୪-୩ ପେନାଲ୍ଟିରେ ଜିତିଥିଲା। ମେସି ୨୦୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୨୫ ଗୋଲ୍ ଦେଇଥିଲା ବେଳେ ୬୮ରେ ସହାୟତା କରିଛନ୍ତି। ୨୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍ରେ ମେସି ଦେଶ ପାଇଁ ୨୦୨୨ ବିଶ୍ବକପ୍ ଜିତିଥିଲା ବେଳେ ୨ ଥର କୋପା ଆମେରିକା (୨୦୨୧ ଓ ୨୦୨୪) ବିଜେତା ହୋଇଥିଲେ।
India-West Indies: କେବଳ ଅନ୍ଲାଇନ୍ରେ ଭାରତ-ୱେଷ୍ଟଇଣ୍ଡିଜ୍ ଇନ୍ଦୋର ଟ୍ବେଣ୍ଟି-୨୦ ଟିକେଟ୍

2 weeks ago
9


