ARTICLE AD BOX
ରାୟଗଡ଼ା: ଜିଲ୍ଲାରେ ମହିଳା ଓ ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂରୀକରଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସ୍ଥଳବିଶେଷରେ ଏହା ଫଳପ୍ରଦ ହେଉନାହିଁ। ଶିଶୁ ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ଓ ପୁଷ୍ଟିହୀନତା ବଢ଼ୁଥିବା ଦେଖିବାକୁ ମିଳିଛି। ଶେଷରେ ଏନେଇ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ମୁହଁ ଖୋଲିଛନ୍ତି। ଜିଲ୍ଲାରେ ଠିକଣା ଭାବେ ପୁଷ୍ଟିକର ଯୋଜନା ବିଶେଷତଃ ଅଙ୍ଗନବାଡ଼ି ଓ ଟେକ୍ ଟୁ ହୋମ୍ ରାସନ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଛି ବୋଲି ମତ ଦେଇଛନ୍ତି।
ଜାତୀୟ ପୋଷଣ ମାସ: ପୁଷ୍ଟିକର ଖାଦ୍ୟ ମେଳା କାର୍ଯ୍ୟକ୍ରମ
ଆଜି (ଗୁରୁବାର) ଜିଲ୍ଲା ପ୍ରଶାସନ ସହ ବୈଠକ ପରେ ଗଣମାଧ୍ୟମକୁ ଏକ ପ୍ରେସ୍ବାର୍ତ୍ତାରେ ଅଧ୍ୟକ୍ଷା କହିଛନ୍ତି, ସେ ଜିଲ୍ଲା ପ୍ରଶାସନକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି, ପିଲାମାନଙ୍କର ସୁଖ ସୁବିଧାରେ ଯାହା ବି ବ୍ୟାଘାତ ଆସୁଛି ତାକୁ ଯଥା ଶୀଘ୍ର ଦୂର କରାଯାଉ ନଚେତ୍ ଶିଶୁ ଅଧିକାର ସୁରକ୍ଷା ଆୟୋଗ କଠୋର ପଦକ୍ଷେପ ଗ୍ରହଣ କରିବ।
ଏହା ସହ ସେ କହିଛନ୍ତି, ଅଙ୍ଗନବାଡି ଓ ଟିଏଚ୍ଆର ୟନିଟ୍ଗୁଡ଼ିକରେ ଶିଶୁ, କିଶୋରୀ ବାଳିକା, ଯୁବତୀ ଓ ଗର୍ଭବତୀ ମହିଳାମାନଙ୍କୁ ନିମ୍ନମାନର ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଟିଏଚ୍ଆର ୟୁନିଟ ପ୍ରଦାନ କରୁଥିବା ଖାଦ୍ୟକୁ ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ସ୍ବଂୟ ସହାୟକ ଗୋଷ୍ଠୀର ବାଦ ଦେଇ ନୂତନ ଭାବେ କୌଣସି ସଂଗଠନକୁ ଦେବାକୁ ଏବଂ ଯୋଗାଉଥିବା ଛତୁଆକୁ ପ୍ରତ୍ୟାହାର କରିବାକୁ ସେ ଜିଲ୍ଲା ପ୍ରଶାସନକୁ କହିଛନ୍ତି।
ପୁଷ୍ଟିକର ଖାଦ୍ୟ ଅଭାବ; ଅଧା ମହିଳାଙ୍କୁ ରକ୍ତହୀନତା
ପ୍ରେସ୍ ବାର୍ତ୍ତା ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଡାକ୍ତରଖାନା, ବିଦ୍ୟାଳୟ ଏବଂ ଟିଏଚଆର ୟୁନିଟ (ଟେକ୍ ହୋମ୍ ରେସନ) ଗୁଡ଼ିକୁ ଆକସ୍ମିକ ପରିଦର୍ଶନ ଓ ଯାଞ୍ଚ କରିଥିଲେ। ଏହାପରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା କଥା ଗଣମାଧ୍ୟମକୁ ସୂଚିତ କରିଥିବା ବେଳେ ଉପସ୍ଥିତ ପୁଲିସ ଅଧିକାରୀ ବୈଠକ ଛାଡି ଚାଲିଯାଇଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ବୈଠକରେ, ୬ମାସରୁ ୩ ବର୍ଷ ଶିଶୁ, ୧୪ରୁ ୧୮କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ହଷ୍ଟେଲଗୁଡିକର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ସହ ଡାଇନିଂ ରୁମ୍ ଏବଂ ଟଏଲେଟ ଗୁଡିକର ନିର୍ମାଣ କରି ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାର ୨ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ: ଧର୍ମେନ୍ଦ୍ର
ସୂଚନାଯୋଗ୍ୟ, ଜିଲ୍ଲାରେ ୨୦୮୭ଟି ଅଙ୍ଗନବାଡି କେନ୍ଦ୍ରର ୧୯ଟି ଟିଏଚ୍ଆର୍ ପୁଷ୍ଟିକର ଖାଦ୍ୟ ପ୍ରଦାନ କରୁଛି । ଜିଲ୍ଲାରେ ପ୍ରାୟ ୬୫ ହଜାର ହିତାଧିକାରୀ ଟିଏଚ୍ଆର ୟୂନିଟରୁ ପୁଷ୍ଟିକର ଖାଦ୍ୟ ପାଉଛନ୍ତି।

2 weeks ago
7


