Literature: କବିତା ଫେରିବା ବାଟ: କବି ଦେବବ୍ରତ ଦାସଙ୍କ କଲମରୁ ନିଃସୃତ...

2 weeks ago 7
ARTICLE AD BOX

ଫେରିବା ବାଟ

ଦେବବ୍ରତ ଦାସ

ଖୋଜିପାର ତୁମେ 
ମୋଠୁଁ ଫେରିଯାଇଥିବା ଲୋକଙ୍କ
ପାପବୋଧ ମୁଣ୍ଡେଇଥିବା ପୁରୁଣା ସେଇ ରାସ୍ତା
ଯେଉଁ ରାସ୍ତା ଆକାଶକୁ ଫିଟିଛି
ମାଟି ସହ ଯା’ର ସମ୍ପର୍କ ତୁଟିଛି। 

ଦେଖିବ,
ଯେଉଁ ରାସ୍ତାକଡ଼ ଗଛସବୁର 
ହାତପାହାନ୍ତି କଅଁଳ ଡାଳର ଅଗକୁ
କେହିଜଣେ ଭାଙ୍ଗି ଯାଇଛି ଫେରିଯିବାବେଳେ
ଜାଣିବ କେହିଜଣେ ମୋ ଠୁଁ ଫେରିଯାଇଛି 
ସେଇ ରାସ୍ତାରେ। 

ଆହୁରି ପଢ଼ନ୍ତୁ- GDP Growth: ଭାରତର ଅଭିବୃଦ୍ଧି କାହାଣୀ ବିଶ୍ୱ ପାଇଁ ଆତ୍ମବିଶ୍ୱାସ ଓ ନୂତନ ସୁଯୋଗର ଉତ୍ସ ହୋଇଛି: ମୋଦୀ

ଦେଖିବ, 
ଯେଉଁ ରାସ୍ତାମୁଣ୍ଡରେ ଜମାହେଇଥିବ 
ସିଗାରେଟର ଶେଷ ପଫ୍ ପରେ 
ପାଦରେ ଦଳା ହେଇଥିବା କିଛି ଅବଶେଷ 
ଓ ଅବସୋସ 
ଜାଣିବ କେହିଜଣେ ମୋଠୁଁ ଫେରିଯାଇଛି 
ସେଇ ରାସ୍ତାରେ।

ଦେଖିବ,
ଯେଉଁ ରାସ୍ତା ଉପର ଇଲେକ୍ଟ୍ରି  ତାରରେ 
ଝୁଲୁଥିବ କାହାର ପିନ୍ଧା ସାର୍ଟ 
ଯେଉଁ ସାର୍ଟରେ ଲାଖିଥିବ 
ଅଧାଚିରା ଛାତି ଓ ଛାତିପକେଟ୍ 
ଯାହାକୁ ବେଳେଅଧେ ଚାହିଁ ପୁଣି 
ଚାହିଁ ପାରୁନଥିବ ଗୋଟେ ପାରା 
ଜାଣିବ କେହିଜଣେ ମୋଠୁଁ ଫେରିଯାଇଛି 
ସେଇ ରାସ୍ତାରେ।

ଆହୁରି ପଢ଼ନ୍ତୁ- Muscle Loss With Age: ମାଂସପେଶୀ କିପରି ଆପଣଙ୍କ ବୟସ ବୃଦ୍ଧି ଶୈଳୀକୁ ପ୍ରଭାବିତ କରିଥାଏ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର

କହିଲ, 
ସମ୍ପର୍କରେ ଯୋଉ ବାଟେ ଯିଏ ଆସିଥାଏ 
ସେଇ ବାଟେ କୋଉ ଫେରିପାରେ ସିଏ? 

ଭାଙ୍ଗିଯାଉଥିଲା ବେଳେ ବି 
ଶିଳ୍ପ ପରି ସମ୍ପର୍କଟିଏ ଗଢ଼ିଦେଇଯିବାର ଛାତି କାହାପାଖେ ଥାଏ?
ଫେରିଯାଉଥିବା ଲୋକ ପାଖେ ଏତେ ସମୟ 
ବା କୋଉ ଥାଏ? 

ମୋ: ୯୦୭୮୦୬୬୬୨୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.