Kunjalata Murder Case: କୁଞ୍ଜଲତା ହତ୍ୟାକାଣ୍ଡ ମାମଲା: ୧୦ଲକ୍ଷର ସୁନା, କେଜିଏ ରୁପା ଅଳଙ୍କାର ଜବତ

47 minutes ago 2
ARTICLE AD BOX

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ହୋଟେଲ ଉପାସନା ଗଳିରେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କ ହତ୍ୟା ଓ ଲୁଟ୍‌ ଘଟଣାରେ ପୁଲିସକୁ ଆଉ ଏକ ସଫଳତା ମିଳିଛି। ହତ୍ୟା ପରେ ଲୁଟ୍‌ ହୋଇଥିବା ସୁନା, ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଲୁଟ୍‌ ସାମଗ୍ରୀକୁ ନିଜ ପାଖରେ ରଖିଥିବା ପୁରୀ ଜିଲ୍ଲାର ସବିତା ସେଠୀ (୪୦)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ତାଙ୍କଠାରୁ ଦୁଇହଳ ସୁନା ଚୁଡ଼ି, ଲକେଟ୍‌ ଥିବା ଗୋଟିଏ ସୁନା ଚେନ୍‌, ଦୁଇଟି ମୁଦି, ହଳେ ସୁନା କାନଫୁଲ, ଚାରି ସେଟ୍‌ ସୁନା ପ୍ଲେଟେଡ୍‌ ତାସ୍‌ ଏବଂ ପ୍ରାୟ ୧ କିଲୋଗ୍ରାମ ଓଜନର ୧୫ଟି ରୁପା ସାମଗ୍ରୀ ଜବତ କରିଛି। ଏଥିସହ ଗୋଟିଏ ସୁଜୁକି ଆକ୍ସେସ୍‌ ସ୍କୁଟର ମଧ୍ୟ ଜବତ ହୋଇଛି। ସେହିପରି ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ତଥା କେୟାରଟେକର୍‌ ବଳଭଦ୍ର ମହାରଣା ଓରଫ ବଳିଆ ଆଜି ସିନ୍‌ ରିକ୍ରିଏସ୍‌ନ୍‌ କରି ହତ୍ୟାକାଣ୍ଡର ପୂରା ଘଟଣା ପୁଲିସ୍‌କୁ ଦେଖାଇଛି।

Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

ସିନ୍‌ ରିକ୍ରିଏସନ୍‌ କଲା କେୟାରଟେକର୍‌ ବଳିଆ
ଲୁଟ୍‌ ସାମଗ୍ରୀ ରଖିଥିବା ମହିଳା ଗିରଫ

ତେବେ ବଳିଆ ୫ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଥିବା ବେଳେ ତାକୁ ପୁଲିସ ଟିମ୍‌ ମାରାଥନ ଜେରା କରିଥିଲା। ମାଲିକାଣୀ ରଖିଥିବା ସୁନାର ତାସ ଉପରେ ତା ନଜର ପଡ଼ିଥିବା କହିଥିଲା। ଗୋଟିଏ ନୁହେଁ ୧୦ଲକ୍ଷ ଟଙ୍କା ମୂଲ୍ୟର ୪ ସେଟ୍ ସୁନାର ତାସ ଘରେ ଥିବାରୁ ତାକୁ ହାତାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲା। ହେଲେ ସଫଳ ହୋଇନଥିଲା। ତେଣୁ ମାଲିକାଣୀଙ୍କୁ ହତ୍ୟା କରି ସୁନାଗହଣା ନେବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ବଳଭଦ୍ର ଘରର ସିସିଟିଭି କ୍ୟାମେରା ବନ୍ଦ କରିଦେଇଥିଲା। କୁଞ୍ଜଲତା ଡାଇନିଂ ରୁମ୍‌ରେ ବସି ଔଷଧ ଖାଉଥିବା ବେଳେ ସେ ତାଙ୍କ ମୁଣ୍ଡକୁ ପ୍ରଥମେ ଆକ୍ରମଣ କରିଥିଲା। ପରେ ତଣ୍ଟିଚିପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପାଖରେ ପଡ଼ିଥିବା ଏକ କଇଁଚି ଆଣି ମୁଣ୍ଡକୁ ଖୋବିଥିଲା।

Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍‌-ୟୁକ୍ରେନ୍‌ରେ ରାତିସାରା ଆକ୍ରମଣ

ହତ୍ୟା କରିବା ପରେ ଆଲ୍‌ମିରା ଭାଙ୍ଗି ସେଠାରୁ ୬୦ ହଜାର ଟଙ୍କା, ୪ସେଟ୍‌ ସୁନା ତାସ୍‌, ୧କେଜି ରୁପା ଗହଣା, କୁଞ୍ଜଲତା ପିନ୍ଧିଥିବରା ସୁନାଚେନ୍‌, କାନଫୁଲ, ମୁଦି, ଚୁଡ଼ି ଏବଂ ଟଙ୍କା ନେଇ ସ୍କୁଟିରେ ରାତି ୨ଟାରେ ଫେରାର୍‌ ହୋଇଯାଇଥିଲା। ପୁଲିସକୁ ଚକ୍‌ମା ଦେବା ପାଇଁ ସେ ପ୍ରଥମେ ରାତାରାତି ପାରିକୁଦ ଯାଇ ପତ୍ନୀଙ୍କୁ ଭେଟିଥିଲା ସେଠାରେ ପୋଷାକ ବଦଳାଇ ଚୋରି ଜିନିଷ ଧରି ସିଧା କୃଷ୍ଣପ୍ରସାଦ ତିତିପାରେ ଥିବା ସବୀତା ସେଠୀଙ୍କ ଘରକୁ ଯାଇଥିଲା। ଚୋରି କରିଥିବା ସୁନାର ତାସ ସହ ରୁପାର ସମସ୍ତ ସାମଗ୍ରୀ ତାଙ୍କୁ ଦେଇ ପୁରୀ ଯାଇଥିଲା ଓ ସେଠାରୁ ଟ୍ରେନ୍‌ରେ କୋଲକାତା ପଳାଇଥିଲା। ତେବେ କୁଞ୍ଜଲତାଙ୍କୁ ମାରି ବଳିଆ ଏହି ସବୁ ଜିନିଷ ଚୋରି କରିଥିବା କଥା ସବିତା ଜାଣିଥିଲେ ବି ସେ ଚୋରି ଜିନିଷକୁ ଲୁଚାଇ ରଖିଥିଲେ। ବଳିଆର ଫେରାର ସମ୍ପର୍କରେ ବି ପୁଲିସକୁ ଜଣାଇ ନଥିଲେ। ପୁଲିସ ଜେରା ବେଳେ ବଳିଆ ସବୁ କହିବା ପରେ ଗତକାଲି ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ସହ ଲକ୍ଷ୍ମୀସାଗର ଥାନା ପୁଲିସର ଦୁଇଟି ଟିମ୍‌ ବଳିଆକୁ ଧରି ସବୀତାଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ସମସ୍ତ ଚୋରି ଗହଣା ଜବତ କରିବା ସହ ସବିତାଙ୍କୁ ଗିରଫ କରିଥିଲା। ସେଠାରୁ ଆସିବା ପରେ ଉଭୟଙ୍କୁ ମାରାଥନ ଜେରା କରାଯାଇଥିଲା। ପରେ ଅପରାହ୍ଣ ପାଖାପାଖି ସାଢ଼େ ୪ଟା ସମୟରେ ବଳିଆକୁ କଡ଼ା ସୁରକ୍ଷା ବଳୟ ଭିତରେ ହତ୍ୟାକାଣ୍ଡ ସ୍ଥଳକୁ ନିଆଯାଇଥିଲା। ସେଠରେ ସେ କିଭଳି କୁଞ୍ଜଲତାକୁ ହତ୍ୟା କରିଥିଲା ଓ ଚୋରି କରିଥିଲା, ସମସ୍ତ ଘଟଣାର ସିନ୍‌ ରିକ୍ରିଏସନ୍‌ କରିଦେଖାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.