O Saathire: ଡିସେମ୍ବର ୪ରେ ‘ଓ ସାଥୀରେ’

58 minutes ago 2
ARTICLE AD BOX

ଡିସେମ୍ବର ୪ରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ଇମ୍‌ତିଆଜ୍‌ ଅଲୀଙ୍କ ନୂଆ ରୋମାଣ୍ଟିକ୍‌ ସିରିଜ୍‌ ‘ଓ ସାଥୀରେ’। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅର୍ଜୁନ ରାମପାଲ, ଅଦିତି ରାଓ ହାଇଦରୀ ଓ ଅବିନାଶ ତିୱାରୀ। ପ୍ରେମ, ସମ୍ପର୍କ ଓ ବିଚ୍ଛେଦର ଜଟିଳ ଭାବନାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। 
ବୈବାହିକ ଜୀବନରେ ପ୍ରେମ ଓ ସମ୍ମାନର ଅଭାବ ପଡ଼ିଲେ ତାହା ଛାଡ଼ପତ୍ରର ରୂପ ନିଏ। ଏହି ସିରିଜ୍‌ରେ ବି ସେହିପରି କିଛି ଦେଖିବାକୁ ମିଳିବ। ସିରିଜ୍‌ଟିର କାହାଣୀରେ ଏକ ଏଭଳି ଦମ୍ପତିଙ୍କୁ ପ୍ରଦର୍ଶିତ କରାଯାଇଛି, ଯେଉଁମାନେ ବିବାହ ବିଚ୍ଛେଦ ଆଡ଼କୁ ଅଗ୍ରସର ହେଉଛନ୍ତି। ସମ୍ପର୍କରେ ଭଲପାଇବାର ଅଭାବ, ବ୍ୟକ୍ତିଗତ ଇଚ୍ଛା, ଆତ୍ମପରିଚୟ ଏବଂ ପରସ୍ପରକୁ ଛାଡ଼ିଦେବାର କଷ୍ଟକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

ଏହା ଏକ ଆଧୁନିକ ପ୍ରେମ କାହାଣୀ ହେଲେ ବି ଏଥିରେ ପୁରୁଣା ଭାବଧାରାର ସ୍ପର୍ଶ ରହିଛି ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି। ତାଙ୍କ ମତରେ, ପ୍ରେମ କେବଳ ଏକାଠି ହେବାର ନାମ ନୁହେଁ; ବେଳେବେଳେ ବିଚ୍ଛେଦ ମଧ୍ୟ ଏହାର ଏକ ଅଂଶ। ଏହି ସିରିଜ୍‌ର ନିର୍ଦ୍ଦେଶନା ଅରିଫ୍‌ ଅଲୀ ଦେଇଥିବା ବେଳେ ଇମ୍‌ତିଆଜ୍‌ ଅଲୀ ଏହାର ସୃଷ୍ଟିକର୍ତ୍ତା, ଲେଖକ ଓ ସୋ’ ରନର୍‌। ଏହାକୁ ନିର୍ମାଣ କରିଛି ୱିଣ୍ଡୋ ସିଟ୍‌ ଫିଲ୍ମସ୍‌।

Demand: ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.