AI: ଏଆଇ ଧରିବ ଅସଲି ବୟସ

1 hour ago 1
ARTICLE AD BOX

ଯଦି ଆପଣ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ପ୍ରକୃତ ଜନ୍ମ ତାରିଖ ବଦଳରେ ଭୁଲ୍ ବୟସ ଦେଇ ଆକାଉଣ୍ଟ ଖୋଲିଛନ୍ତି, ତେବେ ସାବଧାନ! କାରଣ ଏବେ ମେଟାର ନୂଆ ଏଆଇ ଟେକ୍ନୋଲୋଜି ଆପଣଙ୍କ ପ୍ରକୃତ ବୟସ ଚିହ୍ନଟ କରିପାରିବ। ମେଟା ଏବେ ସାରା ବିଶ୍ୱରେ ଇନ୍‌ଷ୍ଟାଗ୍ରାମ୍‌ରେ ଏଆଇ ଆଧାରିତ ‘ଏଜ୍‌ ଡିଟେକ୍‌ସନ୍‌ ଟେକ୍ନୋଲୋଜି’ର ପ୍ରଯୋଗ କରିବାକୁ ଯାଉଛି। ଏହା ମାଧ୍ୟମରେ ଯେଉଁମାନଙ୍କ ବୟସ ୧୩ରୁ ୧୭ ବର୍ଷ ଭିତରେ, କିନ୍ତୁ ଆକାଉଣ୍ଟରେ ନିଜକୁ ୧୮ ବର୍ଷରୁ ଅଧିକ ଦେଖାଉଛନ୍ତି, ସେମାନଙ୍କୁ ଏଆଇ ଚିହ୍ନଟ କରିନେବ।

Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ

ଏହି ଏଆଇ ଟେକ୍ନୋଲୋଜି ଆକାଉଣ୍ଟର ବିଭିନ୍ନ ସୂଚନାକୁ ଦେଖି ବ୍ୟବହାରକାରୀଙ୍କ ବୟସ ଅନୁମାନ କରିବ। ଯଦି କେହି ନାବାଳକ ବୋଲି ଚିହ୍ନଟ ହୁଅନ୍ତି, ତେବେ ଇନ୍‌ଷ୍ଟାଗ୍ରାମ୍‌ ତାଙ୍କ ଆକାଉଣ୍ଟକୁ ଟିନ୍‌ ବା କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ଆକାଉଣ୍ଟରେ ବଦଳାଇଦେବ। ଏହାଦ୍ୱାରା କିଏ ସେମାନଙ୍କୁ ମେସେଜ୍ କରିପାରିବ, କେଉଁ ପ୍ରକାରର କଣ୍ଟେଣ୍ଟ ସେମାନେ ଦେଖିପାରିବେ, ସେଥିରେ ନିୟନ୍ତ୍ରଣ ରହିବ। ଏହାସହିତ ଅଧିକ ସମୟ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର ନକରିବା ପାଇଁ ରିମାଇଣ୍ଡର ମଧ୍ୟ ଦିଆଯିବ। ମେଟାର କହିବା ଅନୁସାରେ, ପିଲାମାନଙ୍କୁ ଅନଲାଇନ୍‌ରେ ସୁରକ୍ଷିତ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଗକୁ ଫେସ୍‌ବୁକ୍‌ ଓ ଥ୍ରେଡ୍‌ସରେ ମଧ୍ୟ ଏଭଳି ଏଆଇ ବ୍ୟବସ୍ଥା ଆସିପାରେ।

Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.