ARTICLE AD BOX
ବାଲିପାଟଣା: ବାଲିପାଟଣା ତହସିଲ ସାମ୍ନାରୁ ସରାଟ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ମାତ୍ର ୨ ବର୍ଷ ପୂର୍ବରୁ ନବୀକରଣ ହୋଇଥିଲା। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଯିବାଆସିବା ସଙ୍ଗିନ ହୋଇପଡୁଛି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବହୁ ସ୍ଥାନରୁ ପିଚୁ ଉଠି ଗୋଡ଼ି ବାହାରିଗଲାଣି। ଆଜି ମଧ୍ୟାହ୍ନରେ ଆଙ୍କୁଶପୁର କେନାଲ ବନ୍ଧ ସରାଟ ଶାସନ ନିକଟରେ ହଠାତ୍ ରାସ୍ତା ଭୁଶୁଡ଼ି ଦବି ଯାଇଥିଲା। ଖାତରେ କେନାଲ ପାଣି ପଶି କିଛି ସମୟ ଭିତରେ ଧୀରେ ଧୀରେ ବିରାଟ ଫାଟ ସୃଷ୍ଟି ହୋଇଛି। ପ୍ରାୟ ବର୍ଷକ ପୂର୍ବରୁ ଏହାର ନିକଟ ରାସ୍ତା ଦବି ଗାତ ହୋଇଥିଲା। ସେଠାରେ ଗୋଡ଼ିମାଟି ଗଦା କରି ଛାଡ଼ି ଦେଇଥିଲେ। ବହୁ ଲୋକ ସେହି ସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହେବାର ନଜିର୍ ରହିଛି। ଗ୍ରାମ୍ୟ ଉନୟନ୍ନ ବିଭାଗ ଅଧିକାରୀ ଓ ଠିକା ସଂସ୍ଥାକୁ ସମସ୍ୟା ବାବଦରେ ଅବଗତ କରାଯାଇଥିଲେ ବି କେହି କର୍ଣ୍ଣପାତ କରି ନ ଥିଲେ।
Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ
ସୂଚନା ଅନୁସାରେ, ଏହି ରାସ୍ତା ନିର୍ମାଣର ଅଟକଳ ମୂଲ୍ୟ ୨ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ଥିଲା। ଉର୍ମିଳା ବିଲ୍ଡର୍ସ (ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର) କାର୍ଯ୍ୟଭାର ହାତକୁ ନେଇଥିଲେ। ୨୦୨୧ ଡିସେମ୍ବର ୧୮ରୁ ଆରମ୍ଭ ହୋଇ ୨୦୨୨ ନଭେମ୍ବର ୧୭ରେ ଶେଷ ହେବାର ଅବଧି ଥିଲା। ମନ୍ଥର ଗତିରେ କାମ ଯୋଗୁ ପ୍ରାୟ ୩ ବର୍ଷ ବିଳମ୍ବରେ ସରିଥିଲା। ନିର୍ମାଣ କାର୍ଯ୍ୟ ଶେଷଠାରୁ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିୟମ ରହିଛି। ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଶିଶୁ ଅନନ୍ତଙ୍କ ପୀଠ ସହ ଶିଶୁମଠ ସାହି, ଗିରିଙ୍ଗ, ଅଠାନ୍ତର, ସରାଟ ଶାସନ, ସରଟ ପଣ୍ଡା ସାହି ପର୍ଯ୍ୟନ୍ତ ପିଚୁ ହୋଇଛି। ହେଲେ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଶିଶୁ ଅନନ୍ତଙ୍କ ପୀଠ ସମ୍ମୁଖରେ ରାସ୍ତା ଦବି ଖାତ ସୃଷ୍ଟି ହୋଇଛି। ଗିରଙ୍ଗରୁ ଅଠାନ୍ତର ହସ୍ପିଟାଲ ପର୍ଯ୍ୟନ୍ତ ବହୁ ସ୍ଥାନର ରାସ୍ତା ଦବି ଯିବା ସହ ବଡ଼ବଡ଼ ଖାଲଖମା ହୋଇଛି। ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଉନୟନ୍ନ ବିଭାଗ ଅଧିକାରୀଙ୍କୁ କହିବା ପରେ ଠିକା ସଂସ୍ଥାକୁ କୁହାଯିବ ବୋଲି ଅତି ହାଲୁକା ଭାବେ କହିଛନ୍ତି। ତୁରନ୍ତ ବିପଦପୂର୍ଣ୍ଣ ରାସ୍ତା ମରାମତି ସହ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।
Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

46 minutes ago
2


