ARTICLE AD BOX
ନିର୍ଦ୍ଦେଶକ ଟ୍ରାଭିସ୍ ନାଇଟ୍ଙ୍କ ଦ୍ବାରା ନିର୍ମିତ ହଲିଉଡ୍ ଚଳଚ୍ଚିତ୍ର ‘ୱାଇଲ୍ଡଉଡ୍’ର କାହାଣୀ ତୁଳନାରେ ଏହାର ନିର୍ମାଣ ଶୈଳୀ ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ଆଜି ଦିନର ଏକ ବିରାଟ ପ୍ରସଙ୍ଗକୁ ସ୍ପର୍ଶ କରିଥାଏ, ତାହା ହେଲା ସିନେମା ନିର୍ମାଣରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ବଢ଼ୁଥିବା ସମୟରେ ହାତତିଆରି କଣ୍ଢେଇ, ଛୋଟ ଛୋଟ ସେଟ୍ ଏବଂ ଶହ ଶହ ଶିଳ୍ପୀଙ୍କ ଶ୍ରମରେ ନିର୍ମିତ ଏହି ଚଳଚ୍ଚିତ୍ର ପାରମ୍ପରିକ ସୃଜନଶୀଳତାର ଶ୍ରେଷ୍ଠତାକୁ ପ୍ରତିପାଦନ କରିଛି।
Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍-ୟୁକ୍ରେନ୍ରେ ରାତିସାରା ଆକ୍ରମଣ
ସମାନ ନାମରେ ପ୍ରକାଶିତ କୁହୁକ ଉପନ୍ୟାସ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର କାହାଣୀ ପ୍ରୁ (ପେଟନ୍ ଏଲିଜାବେଥ୍ ଲି) ନାମ୍ନୀ କିଶୋରୀକୁ ନେଇ ଗତିଶୀଳ ହୋଇଛି। ତା’ର ଛୋଟ ଭାଇକୁ କାଉମାନେ ଉଠାଇ ନେବା ପରେ ତାକୁ ଉଦ୍ଧାର କରିବା ପାଇଁ ପ୍ରୁ ଓ ତା’ର ସାଙ୍ଗ କର୍ଟିସ୍ (ଜ୍ୟାକବ୍ ଟ୍ରେମ୍ବଲେ) ଏକ ରହସ୍ୟମୟ ଜଙ୍ଗଲରେ ପ୍ରବେଶ କରୁଛନ୍ତି। ସେଠାରେ ଦେଖୁଛନ୍ତି କଥାକୁହା ପଶୁପକ୍ଷୀ ଏବଂ ବିଭିନ୍ନ ଗୋଷ୍ଠୀର ସଂଘର୍ଷ। ଆଲେକଜାଣ୍ଡ୍ରା (କ୍ୟାରି ମୁଲିଗାନ୍) ନାମ୍ନୀ ଚରିତ୍ରର ଅସଲ ରୂପ ଉଜାଗର ହେବା ପରେ ଏକ ନିର୍ଣ୍ଣାୟକ ଲଢ଼େଇ ହେଉଛି। ୨ ଘଣ୍ଟା ୧୦ ମିନିଟ ଅବଧିର ଏହି ଚଳଚ୍ଚିତ୍ରରେ ଅନେକ ଚରିତ୍ର ଓ ଘଟଣା ଥିବାରୁ କିଛି ସ୍ଥାନରେ କାହାଣୀଟି ଜଟିଳ ଲାଗିଲା। ତଥାପି ଏହାର ଆକର୍ଷଣୀୟ ଦୃଶ୍ୟଗୁଡ଼ିକ ସେହି ଦୁର୍ବଳତାକୁ ଅନେକଟା ଘୋଡ଼ାଇ ଦେଇଛି। ‘ୱାଇଲ୍ଡଉଡ୍’ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଷ୍ଟପ୍ ମୋସନ୍ ଆନିମେସନ୍। ଏହି ପ୍ରଣାଳୀରେ ଛୋଟ ଛୋଟ କଣ୍ଢେଇ ଓ ବସ୍ତୁକୁ ସାମାନ୍ୟ ଘୁଞ୍ଚାଇ ପ୍ରତିଟି ଅବସ୍ଥାର ଫଟୋ ନିଆଯାଏ। ଏହି ଫଟୋଗୁଡ଼ିକୁ କ୍ରମାନ୍ୱୟରେ ଯୋଡ଼ି ଗତିର ଭ୍ରମ ସୃଷ୍ଟି କରାଯାଏ। ସେକେଣ୍ଡକୁ ଏଭଳି ୨୪ଟି ଫ୍ରେମ୍ରେ ଚରିତ୍ରଙ୍କୁ ଜୀବନ୍ତ କରିବା ପାଇଁ ଆନିମେଟର୍ମାନଙ୍କୁ ଅସାଧାରଣ ଧୈର୍ଯ୍ୟ ଓ ଦକ୍ଷତାର ପରିଚୟ ଦେବାକୁ ପଡ଼ିଥିବ ନିଶ୍ଚୟ। ଏହି ଚଳଚ୍ଚିତ୍ରରେ ୨୩୧ଟି ହାତତିଆରି କଣ୍ଢେଇ ଓ ୧୩୬ଟି ସେଟ୍ ବ୍ୟବହାର ହୋଇଛି। ଚରିତ୍ରଙ୍କ ମୁହଁର ଭାବ ପରିବର୍ତ୍ତନ ପାଇଁ ସୁଦ୍ଧା ଭିନ୍ନ ଭିନ୍ନ ଥ୍ରି-ଡି ପ୍ରିଣ୍ଟେଡ୍ ମୁହଁ ତିଆରି କରାଯାଇଛି। ଶିଳ୍ପକଳା, ଡିଜାଇନ୍, ଫଟୋଗ୍ରାଫି ଓ ଟେକ୍ନୋଲୋଜିର ଏହା ଏକ ଅପୂର୍ବ ସମନ୍ୱୟ।
High Court judge: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କର୍ଣ୍ଣନଙ୍କ ପରଲୋକ
ଏହି ଚଳଚ୍ଚିତ୍ର ଦେଖିବା ପରେ ବିଶେଷ କରି ବଲିଉଡ୍ରେ ବ୍ୟବହାର ହେଉଥିବା ଏଆଇପ୍ରସୂତ କଦାକାର ଦୃଶ୍ୟଗୁଡ଼ିକ ମନକୁ ଆସିଲା। ଅଳ୍ପ ସମୟ ଓ ସମ୍ବଳ ତଥା ଶୂନ କଳ୍ପନାଶକ୍ତି ପ୍ରୟୋଗ କରି ପ୍ରସ୍ତୁତ ସେହି ଏଆଇ ଦୃଶ୍ୟଗୁଡ଼ିକ ବଡ଼ ବଜେଟ୍ ଚଳଚ୍ଚିତ୍ର ବର୍ଗରେ ଅନାବଶ୍ୟକ ଭାବେ ପ୍ରବେଶ କରିସାରିଲାଣି। ‘ୱାଇଲ୍ଡଉଡ୍’ ସହ ତୁଳନା କଲେ ବୁଝି ହୁଏ ଯେ ଚଳଚ୍ଚିତ୍ର ନିର୍ମାଣ ଏକ କଳା ହେଲେ, ମାନବ କଳାକାରଙ୍କୁ ସେହି ପ୍ରକ୍ରିୟାରୁ ବାହାର କରିଦେଇ ପରଦାରେ ଉପଭୋଗ୍ୟ, ଦର୍ଶନୀୟ ଓ ଅଭିନବ ଦୃଶ୍ୟ ଦେଖିବାର ଆଶା କରିବା ନିର୍ବୋଧତା ଛଡ଼ା କିଛି ନୁହେଁ। ଏଆଇ ବାସ୍ତବରେ ଚଳଚ୍ଚିତ୍ର ଶିଳ୍ପର ଏକ ଶତ୍ରୁ ନୁହେଁ, କାରଣ ନିର୍ମାଣ ପ୍ରକ୍ରିୟାକୁ ସରଳ ଓ ସାବଲୀଳ କରିବା ଭଳି କାମରେ ଏହା ଉପାଦେୟ ହୋଇପାରେ। ତେବେ ଏହାକୁ ଚଳଚ୍ଚିତ୍ର ଶିଳ୍ପରେ ନିଯୁକ୍ତ ବିବିଧ ପ୍ରକାର କଳାକାର, ଶିଳ୍ପୀ ଓ ବିଶେଷଜ୍ଞଙ୍କ ବିକଳ୍ପ ବୋଲି ଗ୍ରହଣ କରିନେବା ନିର୍ବୋଧତା ଛଡ଼ା କିଛି ନୁହେଁ।
ଏହି ଚଳଚ୍ଚିତ୍ରର ସୌନ୍ଦର୍ଯ୍ୟ ଓ ମୌଳିକତାକୁ ଯେତେ ପ୍ରଶଂସା କଲେ କମ୍ ହେବ। ଏହା ଏକ ଶିଶୁ ଚଳଚ୍ଚିତ୍ର ଭଳି ଲାଗୁଥିଲେ ହେଁ ଏହାକୁ କିଶୋର ଓ ପ୍ରାପ୍ତବୟସ୍କ ଦର୍ଶକଙ୍କ ମନୋରଂଜନକୁ ଲକ୍ଷ୍ୟରେ ରଖି ନିର୍ମାଣ କରାଯାଇଛି। ଏକ ଅଭିନବ ଅଭିଜ୍ଞତା ତଥା ଶିଳ୍ପୀଙ୍କ ହାତର ଯାଦୁକୁ ହୃଦୟଙ୍ଗମ କରିବା ପାଇଁ ଏହାକୁ ପ୍ରେକ୍ଷାଳୟରେ ଦେଖିବା ପରାମର୍ଶଯୋଗ୍ୟ।
‘ୱାଇଲ୍ଡଉଡ୍’
ନିର୍ଦେଶକ: ଟ୍ରାଭିସ୍ ନାଇଟ୍
ମୁଖ୍ୟ ଚରିତ୍ରରେ (ସ୍ବର): ପେଟନ୍ ଏଲିଜାବେଥ୍ ଲି, କ୍ୟାରି ମୁଲିଗାନ୍, ଜ୍ୟାକବ୍ ଟ୍ରେମ୍ବଲେ, ମାହେରସାଲା ଅଲୀ

59 minutes ago
2


