Job demand: ନିଯୁକ୍ତି ଦାବିରେ ଥର୍ମାଲ ପ୍ଲାଣ୍ଟ ବନ୍ଦ କଲେ ଗ୍ରାମବାସୀ

2 weeks ago 9
ARTICLE AD BOX

ତାଳଚେର (ବିକାଶ କୁମାର ସାହୁ): ଅନୁଗୁଳଜିଲ୍ଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ (ଟିଟିପିପି)ରେ କାର୍ଯ୍ୟରତ ଠିକା ସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତ ମିଳୁନଥିବା ନେଇ ସନ୍ଥପଡ଼ା ଗ୍ରାମବାସୀ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। ହେଲେ ଗ୍ରାମବାସୀଙ୍କୁ ଟିଟିପିପି ପକ୍ଷରୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିବା ଅଭିଯୋଗ ହୋଇଛି।

ପୂର୍ବରୁ ମଧ୍ୟ ନିଯୁକ୍ତିକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ସମୟରେ ଗ୍ରାମବାସୀଙ୍କୁ କିଛି ମାସ ଅପେକ୍ଷା କରିବାକୁ ପ୍ରତିଶ୍ରୁତି ଦିଆଯାଉଥିଲା। ଏଭଳି ବାରମ୍ବାର ଘଟୁଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଆଜି ପ୍ଲାଣ୍ଟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲେ। ଫଳରେ ପ୍ଲାଣ୍ଟ ପରିସରକୁ ଯାତାୟତ ସମ୍ପୁର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। 

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ

ସୂଚନା ପାଇ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହି ଯେ ପର୍ଯ୍ୟନ୍ତ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁବୋଲି ଦାବି କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.