ARTICLE AD BOX
ଭୁବନେଶ୍ବର: ଓଡ଼ିଶାରେମାନକୀକରଣ ଓ ଗୁଣବତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟସ୍ତରୀୟ ମାନକୀକରଣ କମିଟିର ତୃତୀୟ ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗତମାସରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାରୀ କ୍ରୟ ବ୍ୟବସ୍ଥାରେ ଗୁଣବତ୍ତା ସୁନିଶ୍ଚିତ କରିବା ସହିତ ଆଇଏସ୍ଆଇ ଚିହ୍ନିତ ଉତ୍ପାଦ କ୍ରୟ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ବାରୋପ କରାଯାଇଥିଲା।
ସମ୍ପୃକ୍ତ ସରକାରୀ ବିଭାଗଗୁଡ଼ିକୁ ଭାରତୀୟ ମାନକଗୁଡ଼ିକୁ ଅନୁସରଣ କରି କ୍ରୟ ପ୍ରକ୍ରିୟାରେ ଏହାର କାର୍ଯ୍ୟକାରିତାକୁ ରୂପାୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ସରକାରୀ ଅଧିକାରୀଙ୍କ ମାନକୀକରଣ ସମ୍ପର୍କିତ ଦକ୍ଷତା ବିକାଶ, ବିଆଇଏସ୍ କେୟାର ଆପ୍ର ପ୍ରଚାର, ରାଜ୍ୟରେ ଭାରତୀୟ ମାନକ ବ୍ୟୁରୋର ପରୀକ୍ଷାଗାର ଓ କାର୍ଯ୍ୟାଳୟ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା ହୋଇଥିଲା।
ED Raid: ବେଙ୍ଗାଲୁରୁରେ ଆଇଏସ୍ଆଇଏସ୍ ନିଯୁକ୍ତି ଓ ଅର୍ଥ ଯୋଗାଣ ମାମଲା: ୮ ସ୍ଥାନରେ ଇଡି ଚଢ଼ଉ

2 weeks ago
8


