India in semis: ମନ୍ଧାନାଙ୍କ ଶତକ: ସେମିରେ ଭାରତ

1 week ago 9
ARTICLE AD BOX

ଦୁବାଇ: ସ୍ମୃତି ମନ୍ଧାନାଙ୍କ ଦ୍ବିତୀୟ ଟ୍ବେଣ୍ଟି-୨୦ ଶତକ ବଳରେ ଚଳିତ ଏସିଆ କପ୍‌ରେ ଭାରତୀୟ ଦଳ ୧୩୭ ରନ୍‌ର ବୃହତ୍ ବ୍ୟବଧାନରେ ହଂକଂକୁ ପରାସ୍ତ କରିଛି। ତା’ ସହିତ ଲଗାତାର ଦ୍ବିତୀୟ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଛି। ନିଜ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ  ଥାଇଲାଣ୍ଡକୁ ୯୪ ରନ୍‌ରେ ପରାସ୍ତ କରିଥିଲା। ହରମନପ୍ରୀତ୍‌ କୌରଙ୍କ ଦଳ ଏବେ ତା’ର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଏହାକୁ ଜିତିଲେ ହ୍ୟାଟ୍ରିକ୍‌ ବିଜୟ ପାଇ ଆତ୍ମବିଶ୍ବାସର ସହ ସେମିଫାଇନାଲ୍‌ ଖେଳିବ। 

Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଗୁରୁବାର ଭାରତ ହଂକଂ ସମ୍ମୁଖରେ ୧୯୪ ରନ୍‌ ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଅନଭିଜ୍ଞ ହଂକଂ ଭାରତର ଶକ୍ତିଶାଳୀ ବୋଲିଂ ବାହିନୀର ସମ୍ମୁଖୀନ ହେବାରେ ଆରମ୍ଭରୁ ଅଡ଼ୁଆରେ ପଡ଼ିଥିଲା। ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୫୨ ରନ୍‌ରେ ଅଧା ଦଳ ହରାଇଥିଲା। ତା’ପରେ ‌‌େଶଷ ୫ ୱିକେଟ୍‌ ମାତ୍ର ୪ ରନ୍‌ରେ ହରାଇ କେବଳ ୫୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଅପରିବର୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇଥିଲା। ହଂକଂ ମହିଳା ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବା ପରେ ଭାରତୀୟ ପାଳିକୁ ସତର୍କତାର ସହ ଆରମ୍ଭ କରିଥିଲେ ସ୍ମୃତି ଓ ଶେଫାଳି ବର୍ମା। ଉଭୟ ପାୱାର ପ୍ଲେ ଭିତରେ କିନ୍ତୁ କୌଣସି ୱିକେଟ୍‌ ନ ହରାଇ ୬୦ ରନ୍‌ ସଂଗ୍ରହ କରି ନେଇଥିଲେ। ପାୱାର ପ୍ଲେ ଶେଷ ଓଭର (ଷଷ୍ଠ)ରେ ମାରିନା ଲାମ୍ଫଲଫ୍‌ଙ୍କଠାରୁ ଶେଫାଳି ୨୨ ରନ୍ (୨ ଚୌକା, ୨ ଛକା, ୨ ରନ୍‌) ଆଦାୟ କରି ଭାରତୀୟ ପାଳିକୁ ଗତି ଦେଇଥିଲେ।

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ଏହା ପରେ ଅବଶ୍ୟ ଶେଫାଳି (୧୭ ବଲ୍‌ରୁ ୨୮ ରନ୍) ଏକ ବଡ଼ ସଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ ଅନ୍‌କୁ କ୍ୟାଚ୍‌ ଦେଇ ଫେରି ଆସିଥିଲେ। ଏହା ପରେ ମନ୍ଧାନା ତାଙ୍କ ଗିୟର ବଦଳାଇ ଆକ୍ରମଣାତ୍ମକ ଖେଳିବା ସହ ନିଜ ଖେଳ ଜୀବନର ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ମାରିନାଙ୍କୁ ଚୌକା ମାରି ସେ ତିନି ଅଙ୍କ ପୂର୍ଣ୍ଣ କରିଥିଲେ। ଏହା ପରେ ସେ ରୁଚିତା ଭେଙ୍କଟେଶଙ୍କୁ କ୍ରମାଗତ ୩  ଛକା ମାରିଥିଲେ। ପ୍ରତୀକା ରାୱଲ (୧୨ ବଲ୍‌ରୁ ୧୦ ରନ୍‌), ରିଚା ‌ଘୋଷ (୧୩ ବଲ୍‌ରୁ ୧୧ ରନ୍‌), ଅଧିନାୟିକା ହର୍ମନପ୍ରୀତ୍ କୌର୍ (୯ ବଲ୍‌ରୁ ୧୦ ରନ୍‌) ପ୍ରମୁଖ ସଂଘର୍ଷ କରିଥିଲେ। ଆଧୁନିକ ମହିଳା କ୍ରିକେଟ୍‌ର ‘ଗୋଟ୍‌’  ବିବେଚିତା ହେଉଥିବା ମନ୍ଧାନା  ଶେଷ ଓଭରରେ ରନ୍‌ ଆଉଟ୍‌ ହୋଇଯିବାରୁ ଭାରତ ସମ୍ଭାବ୍ୟ ୨୦୦ ଅତିକ୍ରମ କରିପାରିନଥିଲା। ୬୪ ବଲ୍‌ ଖେଳି ୧୨୪ ରନ୍‌ କରିଥିବା ମନ୍ଧାନାଙ୍କ ପନାଳିରେ ୧୪ ଚୌକା, ୭ ଛକା ସାମିଲ ଥିଲା। ମନ୍ଧାନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। 

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ-୧୯୩/୫ (ସ୍ମୃତି ମନ୍ଧାନା-୧୨୪, ଶେଫାଳି ବର୍ମା-୨୮, ମାରିନା ଲାମ୍ଫଲଫ୍‌-୨/୪୬, ଜୟଲିନ୍‌ କୌର-୧/୧୨, ରୁଚିତା ଭେଙ୍କଟେଶ-୧/୩୦)। ହଂକଂ ୧୬.୨ ଓଭରରେ-୫୬ (ନତାଶା ମାଇଲ୍‌ସ ୧୫, ମାରିନା ଲାମ୍ଫଲଫ୍‌ ୧୪, ଦୀପ୍ତି ଶର୍ମା ୩/୯, ନନ୍ଦିନୀ ଶର୍ମା ୨/୬, ପ୍ରେମା ରାୱତ ୨/୧୨,ଶ୍ରୀ ଚାରଣୀ ୨/୧୬)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.