ARTICLE AD BOX
ମେଷ: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ। ନିଜ କାମ ଅନ୍ୟ ସହରକୁ ଯାଇପାରନ୍ତି। ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ।
ବୃଷ: ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ। କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ। ବେପାରରେ ଉନ୍ନତି ହେବ। ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ।
ମିଥୁନ: ବେପାରରେ ଅଚାନକ ଧନଲାଭ ହେବ। ଶଶୁର ଘରୁ ସୁଖବର ପାଇବେ। ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ। ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ।
କର୍କଟ: ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଧାର ହେବ। ଚାକିରିଜୀବୀ ଭଲ ସୁଯୋଗ ପାଇବେ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ।
ସିଂହ: ବ୍ୟବସାୟରେ ଭଲ ଧନଲାଭ ହେବ। ଜୀବନସାଥୀଠୁ ଭଲ ଖବର ପାଇବେ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତି କରିପାରନ୍ତି। ଚାକିରିରେ ବଦଳିର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା: ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ପ୍ରେମୀଯୁଗଳ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ। ସିନେମା ଦେଖିବାକୁ ଯାଇପାରନ୍ତି।
ଆହୁରି ପଢ଼ନ୍ତୁ- Sonu Sood: ନେପାଳ ବନ୍ୟା: ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ୍, ସୋସିଆଲ ମିଡିଆରେ ସମାଲୋଚନା
ତୁଳା: ଜମି ବ୍ୟବସାୟୀ ଭଲ ସଉଦା ପାଇବେ। ମିଡିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ। ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ।
ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବେପାରରେ ବଢ଼ିଆ ଧନଲାଭ ହେବ। ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ। ସମାଜ ପାଇଁ ବହୁତ ଭଲ କାମ କରିବେ। ପ୍ରେମ ଜୀବନ ମଧୁର ହେବ।
ଧନୁ: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ।
ମକର: ବେପାରରେ ଯଥେଷ୍ଟ ଧନଲାଭ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସାହାଯ୍ୟ ପାଇବେ।
କୁମ୍ଭ: ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ। ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ।
ମୀନ: ବେପାରରେ ଧନଲାଭ ହେବ। ନିଜ ପାଇଁ କୌଣସି ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ। ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।

2 weeks ago
8


