Himalayan tsunami flash flood: ଧନୀ ଦେଶଗୁଡ଼ିକ ପାଇଁ ନେପାଳର ଆଜି ଏ ଅବସ୍ଥା: ଯୋଗେନ୍ଦ୍ର ଶର୍ମା

2 weeks ago 9
ARTICLE AD BOX

ନେପାଳ: ନେପାଳରେ ଭୟଙ୍କର ବନ୍ୟା ପରେ ଏବେ ବି ଜାରି ରହିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସାମାଜିକ ସଂଗଠନ ଲୋକଙ୍କୁ ସହାୟତା କରୁଛନ୍ତି। ଏହି କ୍ରମରେ ଏକ ଶ୍ରମିକ ସଂଘର ସଦସ୍ୟମାନେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପଙ୍କ ହଟାଇବା ସହ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ସଂଗଠନ ସହ ଜଡ଼ିତ ଯୋଗେନ୍ଦ୍ର ଶର୍ମା ନେପାଳର ବିପର୍ଯ୍ୟୟକୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି।

ବନ୍ୟାର ବଡ଼ କାରଣ ଜଳବାୟୁ ପରିବର୍ତ୍ତନ

ଯୋଗେନ୍ଦ୍ର ଶର୍ମା କହିଛନ୍ତି ଯେ, ନେପାଳ ଏକ ଗରିବ ଦେଶ। କିନ୍ତୁ ବଡ଼ ବଡ଼ ଦେଶରେ ଚାଲିଥିବା ଶିଳ୍ପାୟନର ପ୍ରଭାବ ନେପାଳବାସୀଙ୍କୁ ଭୋଗିବାକୁ ପଡ଼ୁଛି। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ହିମବାହ ହ୍ରଦ ଫାଟିବା ଭଳି ଘଟଣା ଘଟୁଛି ଏବଂ ଏହା ବନ୍ୟାର ପ୍ରମୁଖ କାରଣ । ବଡ଼ ଦେଶଗୁଡ଼ିକ ନିଜ ଶିଳ୍ପ ଚଳାଇ ଆର୍ଥିକ ଲାଭ ପାଉଛନ୍ତି, କିନ୍ତୁ ଏହାର ପରିଣାମ ଗରିବ ଦେଶଗୁଡ଼ିକୁ ଭୋଗିବାକୁ ପଡ଼ୁଛି। ତେଣୁ ଧନୀ ଦେଶଗୁଡ଼ିକ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ନେପାଳ ଲୋକଙ୍କ ଦୁଃଖ ଅତ୍ୟନ୍ତ ଗଭୀର । ଜଳବାୟୁ ପରିବର୍ତ୍ତନର ମୁକାବିଲା କରି ନିଜ ଦେଶକୁ ସୁରକ୍ଷିତ ରଖିବା ପାଇଁ ଆମେ କାମ କରୁଛୁ।

ବଡ଼ ଶିଳ୍ପ ଓ ବ୍ୟବସାୟରୁ ଲାଭ କରୁଥିବା ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର କ୍ଷତି ପାଇଁ ନେପାଳ ଭଳି ଦେଶକୁ ସହାୟତା କରିବା ଉଚିତ। ନେପାଳରେ ବନ୍ୟା ଓ ଏହା ସହ ଜଡ଼ିତ ଘଟଣାରେ ମୃତକଙ୍କ ସଂଖ୍ୟା ପ୍ରାୟ ୧୨୫୨ରେ ପହଞ୍ଚିଛି। ୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪୨୧୬ ଜଣ ଏବେ ବି ନିଖୋଜ ଥିବା କୁହାଯାଉଛି। ଅନେକ ଲୋକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଓ ମାଟିବାଲିରେ ପୋତି ହୋଇଥିବା ଆଶଙ୍କା କରାଯାଉଛି। ବ୍ୟାପକ ଭାବେ ଉଦ୍ଧାର ଅଭିଯାନ ଜାରି ରହିଛି। ନେପାଳ ସେନା, ପୁଲିସ ଓ ସଶସ୍ତ୍ର ପୁଲିସ ବାହିନୀର ପ୍ରାୟ ୨୧,୫୦୦ ଯବାନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୨ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଅନେକ ମାତ୍ରାରେ ସ୍ୱାଭାବିକ ହୋଇଛି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି। ଭାରତ ସମେତ ଅନ୍ୟାନ୍ୟ ଦେଶର ଟିମ୍ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହଯୋଗ କରୁଛନ୍ତି।

ସିମ୍ପଲ୍ ୱେଭ୍ ଇଲେକ୍ଟ୍ରିକ୍ ସ୍କୁଟର୍‌ ଲଞ୍ଚ: ୨୪୩ କି.ମି. ରେଞ୍ଜ, ୭୦ ଲିଟର ଷ୍ଟୋରେଜ୍; ଜାଣନ୍ତୁ ଦାମ୍‌ ଓ ଫିଚର୍ସ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.