Farming: ଶୈବାଳ ଚାଷ ବଦଳାଇ ଦେଇଛି ମହିଳା ମତ୍ସ୍ୟଜୀବୀଙ୍କ ଜୀବନ

2 weeks ago 9
ARTICLE AD BOX

ପୁଡୁଚେରି (ଚିତ୍ତରଞ୍ଜନ ଚିରଞ୍ଜିତ): ସାମୁଦ୍ରିକ ଶୈବାଳ ଚାଷ ମହିଳା ମତ୍ସ୍ୟଜୀବୀଙ୍କ ଜୀବନ ବଦଳାଇ ଦେଇଛି। ଯେଉଁଥିରେ ଉତ୍ସାହିତ ହୋଇ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ପୁଡୁଚେରିର କରୈକଲ ଗସ୍ତ କରିବା ସହ ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିର କରୈକଲରେ ସାମୁଦ୍ରିକ ଶୈବାଳ ଚାଷ ଉପକୂଳବର୍ତ୍ତୀ ମହିଳା ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଜୀବିକାର ଦ୍ୱାର ଖୋଲିଛି। ପୁଡୁଚେରି ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଆରମ୍ଭ କରିଥିବା ଏହି ସାମୁଦ୍ରିକ କୃଷି କାର୍ଯ୍ୟକ୍ରମକୁ ଆଇସିଏଆର୍‌-କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସିଏମ୍‌ଏଫ୍‌ଆର୍‌ଆଇ) ବୈଷୟିକ ସହାୟତା ଯୋଗାଉଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ସ୍ଥାନୀୟ ଅର୍ଥନୀତି ଓ ମହିଳା ସଶକ୍ତୀକରଣର ସଫଳ ମଡେଲ୍‌ ପାଲଟିଛି। ଉପକୂଳବର୍ତ୍ତୀ ବସତି ପଟ୍ଟିନାମଚେରିର ୭ ଜଣ ମହିଳା ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ସ୍ୱୟଂସହାୟକ ଗୋଷ୍ଠୀକୁ ଶୈବାଳ ଚାଷ ଓ ଅମଳ ସମ୍ପର୍କରେ ତାଲିମ ଦିଆଯାଇଛି।

Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଫଳରେ ସେମାନେ ଅଳ୍ପ ସମୟରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ପ୍ରାୟ ୪ କିଲୋଗ୍ରାମ୍‌ ବୀଜରୁ ୩୫ ଦିନରେ ୨୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଅମଳ ହେଉଥିବାରୁ ବର୍ଷକୁ ଏକାଧିକ ଥର ଚାଷ କରିହେଉଛି। ପ୍ରତି ଅମଳ ଚକ୍ରରେ ୨୮ରୁ ୩୦ ହଜାର ଟଙ୍କା ଆୟ ହେଉଥିବାରୁ ମାଛ ଧରା ଉପରେ ନିର୍ଭରଶୀଳତା କମିବା ସହ ପରିବାରର ଆର୍ଥିକ ସ୍ଥିରତା ବଢ଼ିଛି। ଏହି ଚାଷ କେବଳ ରୋଜଗାରରେ ସୀମିତ ନୁହେଁ, ବରଂ ଚକ୍ରାକାର ଜୈବ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେଉଛି। ଶୈବାଳରୁ ଜୈବ ସାର, ମାଟିର ଗୁଣବତ୍ତା ବୃଦ୍ଧିକାରୀ ଉପାଦାନ, ପ୍ରସାଧନ ସାମଗ୍ରୀ ଓ ଔଷଧ ଶିଳ୍ପ ପାଇଁ କଞ୍ଚାମାଲ୍‌ ପ୍ରସ୍ତୁତ ହେଉଛି। ଅବଶିଷ୍ଟ ଜୈବ ପଦାର୍ଥକୁ ପ୍ରାଣୀ ଖାଦ୍ୟରେ ପରିଣତ କରାଯାଉଥିବାରୁ ବର୍ଜ୍ୟ ପ୍ରାୟ ରହୁନାହିଁ।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

ମତ୍ସ୍ୟପାଳନ ନିରୀକ୍ଷକ ରାଜଶେଖରଙ୍କ କହିବା ଅନୁଯାୟୀ, ପଟ୍ଟିନାମଚେରୀ ସହ କରୁକକାଲାଚେରିରେ ଚାଲିଥିବା ଏହି ପ୍ରକଳ୍ପ ଜନଭାଗୀଦାର ଭିତ୍ତିକ ଉପକୂଳ ଉଦ୍ୟୋଗର ଏକ ସଫଳ ଉଦାହରଣ। ତେବେ ଏହି ମଡେଲ୍‌ର ସଫଳ ସମ୍ଭାବନାକୁ ଆଖି ଆଗରେ ରଖି ଭୁବନେଶ୍ବର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ନେତୃତ୍ୱରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ କରୈକଲର ଶୈବାଳ ଚାଷ କ୍ଲଷ୍ଟର୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ମହିଳା ମତ୍ସ୍ୟଜୀବୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ପୂର୍ବକ ମଡେଲ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.