Death case: ଭୁଲ ଇଞ୍ଜେକ୍ସନରେ ଛାତ୍ରୀଙ୍କ ମୃତ୍ୟୁ; ପୁଣି ତଦନ୍ତ ଆରମ୍ଭ

2 weeks ago 8
ARTICLE AD BOX

ଭାପୁର (ସଂଗ୍ରାମ କେଶରୀ ପଟ୍ଟନାୟକ):ଭୁଲ ଇଞ୍ଜେକ୍ସନ ଦେବାରୁ ଯୁକ୍ତ ୩ ପ୍ରଥମ ବର୍ଷର କଳାର ଛାତ୍ରୀ ସନ୍ତୋଷିନୀ ବେହେରା (୧୮)ଙ୍କ ମୃତ୍ୟୁ ଘଟଣାରେ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଯାଇଛି। ଏକ ତିନି ଜଣିଆ ଟିମ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ଘଟଣା ଘଟିବାର ୨୩ ଦିନ ବ୍ୟବଧାନ ପରେ ଆଜି ନୟାଗଡ଼ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ୩ ଜଣିଆ ପ୍ରତିନିଧି ଦଳ ଏଡିଏମଓ ଡା ସୁଶାନ୍ତ କୁମାର ନାୟକ, ଡା ମନୋଜ କୁମାର ତ୍ରିପାଠୀ ଏବଂ ଡା ଶତ୍ରୁଘ୍ନ ନାୟକ, ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱନାଥ ସାହୁ, ଡା ପ୍ରଦୀପ କୁମାର ପାଇକରାୟ, ଡା ଜୟକୃଷ୍ଣ ସିଂ, ଡା ରଞ୍ଜନ କୁମାର ମଲ୍ଲିକ ଏବଂ ମୃତ ଛାତ୍ରୀଙ୍କ  ବାପା ଗୋପାଳ ଚନ୍ଦ୍ର ବେହେରା, ଭାଇ ଶ୍ରୀକାନ୍ତ କୁମାର ବେହେରା ଏବଂ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡକାଇଥିଲେ। ଏକ ରୁଦ୍ଧ ଦ୍ୱାର କୋଠରୀ ମଧ୍ୟରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ମଧ୍ୟରେ କିଛି ସମୟ ଆଲୋଚନା ହେବା ସହିତ ପୁନର୍ବାର ମୃତ ଝିଅର ଭାଇଙ୍କ ଠାରୁ ଘଟଣା ସମ୍ବନ୍ଧରେ ଲିଖିତ ଭାବରେ ନେଇଥିବା ମୃତ ଛାତ୍ରୀର ଭାଇ ଶ୍ରୀକାନ୍ତ ବେହେରା କହିଛନ୍ତି। 

ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୧ ତାରିଖ ଦିନ ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷିନୀଙ୍କୁ ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଥିଲା। ଭୁଲ ଇଞ୍ଜେକ୍ସନ ଦେବାର ୫ ମିନିଟ ବ୍ୟବଧାନରେ ସନ୍ତୋଷିନୀଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

ଜଣେ ଛାତ୍ରୀଙ୍କ ଭୁଲ ଇଞ୍ଜେକ୍ସନ ଦେବାରୁ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ମେଡିକାଲ ପରିସରରେ ତୁମୁଳ କାଣ୍ଡ ଘଟିବା ସହିତ ଖଣ୍ଡପଡ଼ା-ଭୁବନେଶ୍ୱରକୁ ସଂଯୋଗ ମୁଖ୍ୟ ରାସ୍ତାର ଭାପୁର ବଜାର ଉପକଣ୍ଠର ରାସ୍ତାରେ ଟାୟାର ଜାଳିବା ସହିତ ରାସ୍ତାରେ ପଥର ଖଣ୍ଡ ଥୋଇ ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ତଳରେ ନୟାଗଡ଼ ଜିଲ୍ଲା ଉପଜିଲ୍ଲାପାଳ ଏବଂ ଭାପୁର ବ୍ଳକ ପ୍ରଶାସନ ଏବଂ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝାପରେ ବିଳମ୍ବିତ ରାତିରେ ସମାଧାନ ବାଟ ଫିଟିବା ସହିତ ମେଡିକାଲ ମଧ୍ୟରେ ଦୀର୍ଘ ୧୨ ଘଣ୍ଟା ଶବ ପଡିଥିଲାବେଳେ ଶବକୁ ପୋଷ୍ଟମର୍ଟମ ପାଇଁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.