Dead: ଘଞ୍ଚ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ରହସ୍ୟ ଘେରରେ ଯୁବକଙ୍କ ମୃତ୍ୟୁ!

2 weeks ago 9
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ): ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଗଳିତ ମୃତଦେହମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡ଼ିଆ ଉପକଣ୍ଠ ଧଡ଼ାସାହି ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଏହି ମୃତଦେହ ପଡ଼ିଥିବା ଜଣାପଡ଼ିଛି। ମୃତକଙ୍କ ସଠିକ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଧଡ଼ାସାହି ଜଙ୍ଗଲ ଭିତରେ ଜଣେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହଟି ଗଳିତ ଅବସ୍ଥାରେ ଥିବାରୁ ଯୁବକଙ୍କ ପରିଚୟ ଜାଣିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

Nepal Deaths: ମିଳୁନି ପ୍ରିୟଜନଙ୍କ ମୃତଦେହ: କୁଶପୁତ୍ତଳିକା ଜାଳି କରାଯାଉଛି ଅନ୍ତିମ ସଂସ୍କାର

ଅନ୍ୟପଟେ, ଯୁବକଙ୍କ ମୃତ୍ୟୁ କିଭଳି ହେଲା, ସେ ଜଙ୍ଗଲ ଭିତରକୁ କେମିତି ଆସିଲେ ଏବଂ ଘଟଣା ପଛରେ କୌଣସି ଅପରାଧିକ କାରଣ ରହିଛି କି—ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ତେବେ ପୁଲିସର ତଦନ୍ତ ଓ ମୃତଦେହର ପରୀକ୍ଷା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଅନ୍ଧାର ମଧ୍ୟରେ ଘଞ୍ଚ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ଫଳରେ ମୃତଦେହଟି ଘଟଣାସ୍ଥଳରେ ହିଁ ରହିଛି। ଆସନ୍ତାକାଲି ଆଲୋକ ହେବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବା ସମ୍ଭାବନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.