Congo: କଙ୍ଗୋରେ ଭୟାବହ ହେଉଛି ଇବୋଲା: ମୃତ୍ୟୁ ସଂଖ୍ୟା ୩୦୦୦ ଟପିଲା, ସଂକ୍ରମିତଙ୍କ ସଂଖ୍ୟା ୬୧୦୦କୁ ବୃଦ୍ଧି

2 weeks ago 7
ARTICLE AD BOX

ବୁନିଆ: କଙ୍ଗୋରେ ଇବୋଲା ମହାମାରୀ ବର୍ତ୍ତମାନ ଅତି ଭୟଙ୍କର ରୂପ ଧାରଣ କରିଛି। ଦେଶରେ ଏହି ମାରାତ୍ମକ ରୋଗରେ ମୃତ୍ୟୁ ସଂଖ୍ୟା ୩୦୦୦ ଅତିକ୍ରମ କରିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୦୦ରୁ ଅଧିକ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ଏଭଳି ଅଭୂତପୂର୍ବ ବେଗରେ ବ୍ୟାପୁଛି ଯାହାକୁ ରୋକିବା ସରକାରୀ ପ୍ରଶାସନ ପାଇଁ କଷ୍ଟକର ହେଉଛି।   କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ମେ ମାସ ମଧ୍ୟଭାଗରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯିବା ପରଠାରୁ ବର୍ତ୍ତମାନ ସୁଦ୍ଧା ୬୧୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦୭ ଜଣ ପ୍ରାଣ ହରାଇଛନ୍ତି।

Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଦ୍ରୁତ ଗତିରେ ମାଡ଼ିଚାଲିଛି ମାରାତ୍ମକ ଭୂତାଣୁ

ଇତିହାସରେ ଏହା ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭୂତାଣୁ ସଂକ୍ରମଣ ବୋଲି ଆମେରିକାର ସିଡିସି ରିପୋର୍ଟରେ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶର ୬ଟି ପ୍ରଦେଶକୁ ଏହି ଭୂତାଣୁ ବ୍ୟାପି ସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଅଧାନମ୍‌ ଗ୍ରେବ୍ରେସିସ୍ କହିଛନ୍ତି ଯେ ସଂକ୍ରମଣର ଏଭଳି ଅନେକ ଶୃଙ୍ଖଳା ରହିଛି, ଯାହା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସି ପାରିନାହିଁ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଏହି ମହାମାରୀ କଙ୍ଗୋ ଏବଂ ତାର ପଡ଼ୋଶୀ ଦେଶଗୁଡ଼ିକ ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଆଫ୍ରିକା ସିଡିସି ଅନୁଯାୟୀ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ରେକର୍ଡଠାରୁ ପ୍ରାୟ ୩ ଗୁଣ ଅଧିକ ହୋଇଥାଇପାରେ। ବର୍ତ୍ତମାନ ବ୍ୟାପୁଥିବା ଏହି ବିରଳ ‘ବୁଣ୍ଡିବୁଗ୍‌ୟୋ’ ଭୂତାଣୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ବା ଅନୁମୋଦିତ ଚିକିତ୍ସା ଉପଲବ୍ଧ ନାହିଁ। ତେବେ ସଂକ୍ରମଣକୁ ରୋକିବା ପାଇଁ ସରକାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ‘ଏରଭେବୋ’ ଟିକା ପ୍ରଦାନ କରିବା ଆରମ୍ଭ କରିଛନ୍ତି, ଯାହା କିଛି ମାତ୍ରାରେ ସୁରକ୍ଷା ଦେଇପାରେ। 

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

ଦେଶର ପୂର୍ବ ଭାଗରେ ଜାରି ରହିଥିବା ଗୃହଯୁଦ୍ଧ, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ, ଖଣି ଶ୍ରମିକମାନଙ୍କର କ୍ରମାଗତ ସ୍ଥାନାନ୍ତରଣ ଏବଂ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାମାରୀ ସମୟରେ ସ୍କୁଲଗୁଡ଼ିକ ପୁନଃ ଖୋଲିବା ଯୋଗୁଁ ଶ୍ରେଣୀଗୃହରେ ସଂକ୍ରମଣ ବଢ଼ିବା ନେଇ ଅଭିଭାବକ ଓ ସାଧାରଣ ଜନତାଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.