CM Kisan: ୪୧ଲକ୍ଷରୁ ଅଧିକ କୃଷକ ପରିବାରକୁ ମିଳିବ ସିଏମ୍ କିସାନର ପଞ୍ଚମ କିସ୍ତି

2 weeks ago 9
ARTICLE AD BOX

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସିଏମ୍ କିସାନ୍ (ରବି ୨୦୨୬-୨୭) ଯୋଜନାର ଆର୍ଥିକ ସହାୟତା ଆସନ୍ତାକାଲି ପ୍ରଦାନ କରାଯିବ। ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ। 

ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (ପିଭିଟିଜି) ଏବଂ ଭୂମିହୀନ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ମୋଟ ୮୩୩ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗଦେବେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ ଯୋଗଦେଇ ସିଏମ୍ କିସାନ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରିବେ।

Women Empowerment ମହିଳା ସଶକ୍ତୀକରଣ ଏକ ଜାତୀୟ ଆବଶ୍ୟକତା: ରାଜ୍ୟପାଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.