China Masters: ଚାଇନା ମାଷ୍ଟର୍ସ: ବିଶ୍ବର ୯ନଂଙ୍କୁ ହରାଇଲେ ଶ୍ରୀକାନ୍ତ

2 weeks ago 8
ARTICLE AD BOX

ସେନ୍‌ଝେନ୍‌: ଏଠାରେ ଚାଲିଥିବା ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଭେଟେରାନ ଭାରତୀୟ ସଟଲର୍‌ କିଦାମ୍ବି ଶ୍ରୀକାନ୍ତ। ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବ କାଂସ୍ୟ ବିଜେତା ୩୩ ବର୍ଷୀୟ ଶ୍ରୀକାନ୍ତ ୨୧-୧୬, ୨୧-୧୯ରେ ବିଶ୍ବର ୯ ନମ୍ବର କାନାଡ଼ା ଖେଳାଳି ଭିକ୍ଟର ଲାଇଙ୍କୁ ପରାସ୍ତ କରିଛନ୍ତି। 

ମିଶ୍ରିତ ଯୁଗଳରେ ଧ୍ରୁବ କପିଳ ଓ ତନିଷା କ୍ରାଷ୍ଟୋ

୨୦୨୧ ବିଶ୍ବ ରୌପ୍ୟ ବିଜେତା ଏହି ପୂର୍ବତନ ୧ ନମ୍ବର ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ହଂକଂର ଲି ଚିଉକ୍‌ ୟିଉଙ୍କୁ ଭେଟିବେ। ତେବେ ମହିଳା ଏକକରେ ତନ୍ବୀ ଶର୍ମା କଡ଼ା ସଂଘର୍ଷ କରି ୧୭-୨୧, ୨୧-୧୮, ୧୬-୨୧ରେ ବିଶ୍ବର ୯ନଂ ଜାପାନ ଖେଳାଳି ତୋମୋକା ମିୟାଜାକିଙ୍କଠୁ ହାରି ବିଦାୟ ଇେଛନ୍ତି। ମିଶ୍ରିତ ଯୁଗଳରେ ଧ୍ରୁବ କପିଳ ଓ ତନିଷା କ୍ରାଷ୍ଟୋଙ୍କ ଅଭିଯାନ ମଧ୍ୟ ଶେଷ ହୋଇଛି। ଏହି ଭାରତୀୟ ଯୋଡ଼ି ୧୮-୨୧, ୧୮-୨୧ରେ ଚାଇନିଜ୍‌ ତାଇପେର ଲିଉ କୁଆଙ୍ଗ ହେଙ୍ଗ ଓ ସୁ ୟିନ୍‌ ହୁଇଙ୍କଠୁ ପରାସ୍ତ ହୋଇଛନ୍ତି।

India-West Indies: କେବଳ ଅନ୍‌ଲାଇନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଇନ୍ଦୋର ଟ୍ବେଣ୍ଟି-୨୦ ଟିକେଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.