ARTICLE AD BOX
ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ଏକ ଭିନ୍ନ ଅନ୍ଦାଜ ଏବେ ଚର୍ଚ୍ଚାରେ ରହିଛି। ସେଲମ୍ ଗସ୍ତ ସମୟରେ ଜଣେ ବୃଦ୍ଧା ମହିଳାଙ୍କୁ ସେ ନିଜର କ୍ରିଷ୍ଟିଆନ୍ ଡିଅର୍ ସନ୍ଗ୍ଲାସ୍ ଉପହାର ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଏହି ଭିଡିଓ ସାମ୍ନାକୁ ଆସିବା ପରେ ସନ୍ଗ୍ଲାସ୍ର ଦାମକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
କେତେ ଟଙ୍କାର ଚଷମା?
ଭାଇରାଲ ଭିଡିଓ ଓ ଫଟୋକୁ ଦେଖି କୁହାଯାଉଛି ଯେ, ବିଜୟ ବୃଦ୍ଧାଙ୍କୁ ଡିଅର୍ଟ୍ୟାଗ୍ ଏସ୍ୟୁ ବ୍ଲାକ୍ ରେକ୍ଟାଙ୍ଗୁଲାର୍ ସନ୍ଗ୍ଲାସ୍ ଉପହାର ଦେଇଥିଲେ। ଏହାର ଆନୁମାନିକ ମୂଲ୍ୟ ୪୯୦ ଆମେରିକୀୟ ଡଲାର୍, ଅର୍ଥାତ୍ ପ୍ରାୟ ୪୬,୪୫୦ ଟଙ୍କା ବୋଲି ଦାବି କରାଯାଉଛି।
— ANI (@ANI) September 1, 2026କ’ଣ ରହିଛି ବିଶେଷତ୍ୱ?
ଏହି ସନ୍ଗ୍ଲାସ୍ରେ ପତଳା କଳା ଫ୍ରେମ୍, ସିଲ୍ଭର୍ ଫିନିସ୍ର ମେଟାଲ୍ ଟେମ୍ପଲ୍ ଏବଂ ‘କ୍ରିଷ୍ଟିଆନ୍ ଡିଅର୍’ ସିଗ୍ନେଚର୍ ରହିଛି। ଏହି ଚଷମା ଇଟାଲୀରେ ନିର୍ମିତ । ଏହା ୧୦୦ପ୍ରତିଶତ ୟୁଭିଏ ଓ ୟୁଭିବି ସୁରକ୍ଷା ପ୍ରଦାନ କରିଥାଏ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଏ।ବୃଦ୍ଧାଙ୍କୁ ଏଭଳି ଦାମୀ ଉପହାର ଦେଇ ବିଜୟ ତାଙ୍କ ସହ ଦେଖାଇଥିବା ଆତ୍ମୀୟତା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

2 weeks ago
8


