Building Collapse: ମୁମ୍ବାଇ ନିକଟରେ କୋଠା ଭୁଶୁଡ଼ି ୫ ମୃତ: ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

4 days ago 2
ARTICLE AD BOX

ଥାଣେ: ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ କେତେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କୋଠା ପରିସରରେ ମରାମତି କାମ ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ଗୁରୁବାର ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ପାୱାରଲୁମ୍ ସହର ବାଲାଜୀ ନଗରରେ ଥିବା କୋହିନୂର ବିଲଡିଂ ଭୁଶୁଡ଼ି ପଡ଼ିଥିଲା।

ପ୍ରତ୍ୟେକ ମହଲାରେ ୧୨ଟି କୋଠରୀ

ଭିୱାଣ୍ଡି-ନିଜାମପୁର ମ୍ୟୁନିସିପାଲ୍ କର୍ପୋରେସନର ଅଗ୍ନିଶମ ଅଧିକାରୀ ବିଜୟ ଜାଧବ କହିଛନ୍ତି ଯେ, ଭଗ୍ନାବଶେଷ ମଧ୍ୟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଆହତ ବାଳକକୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୌର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚାରି ମହଲା ବିଶିଷ୍ଟ ଏହି କୋଠାରେ ମୋଟ ୪୮ଟି କୋଠରୀ ଥିଲା, ପ୍ରତ୍ୟେକ ମହଲାରେ ୧୨ଟି କୋଠରୀ ଥିଲା। କୋଠାଟିକୁ ପୂର୍ବରୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା। ଦୁର୍ଘଟଣା ସମୟରେ ମରାମତି କାର୍ଯ୍ୟ ଚାଲିଥିଲା। ଅଧିକାରୀମାନେ କହିଛନ୍ତି ଯେ, ଗୁରୁବାର ରାତି ପ୍ରାୟ ୯ଟା ସମୟରେ ସ୍ଥାନୀୟ ଲୋକମାନେ କୋଠାରୁ ଜୋରରେ ଫାଟିବା ଭଳି ଶବ୍ଦ ଶୁଣିଥିଲେ। ବିପଦ ଆଶଙ୍କା କରି ଅନେକ ବାସିନ୍ଦା ବାହାରକୁ ଚାଲି ଯାଇଥିଲେ।

Coal Mine Explosion: ପାକିସ୍ତାନର କୋଇଲା ଖଣିରେ ବିସ୍ଫୋରଣ: ୩୦ ଖଣି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଆଉ କିଛି ସେଠାରୁ ବାହାରି ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବାବେଳେ କୋଠାର ‘ବି’ ୱିଙ୍ଗ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଏକ ବଡ଼ଧରଣ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନ୍‌ଡିଆର୍‌ଏଫ୍‌), ଥାଣେ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର ଦଳ ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଦଳ, ଚାରୋଟି ଅଗ୍ନିଶମ ଗାଡ଼ି, ଦୁଇଟି ଆମ୍ବୁଲାନ୍ସ ଓ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.