BJP alleges Punjab CM: ୫ କୋଟିରେ ଦୁଷ୍କର୍ମ ମାମଲା ରଫାଦଫା;ଅଡିଓ ରେକର୍ଡିଂ ଜାରି କରି ତଦନ୍ତ ଦାବି କଲା ବିଜେପି

2 weeks ago 8
ARTICLE AD BOX

ନୂଆଦିଲ୍ଲୀ: ପଞ୍ଜାବରେ ଦୁଷ୍କର୍ମ ମାମଲା ରଫାଦଫା କରିବା ପାଇଁ ୫ କୋଟି ଟଙ୍କା ନେବାକୁ ନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଓ ତାଙ୍କ ପତ୍ନୀ ଡ. ଗୁରପ୍ରୀତ କୌରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି। ଦଳର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଗୁରୁବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କିଛି ଅଡିଓ ରେକର୍ଡିଂ ଓ ଅନ୍ୟ ପ୍ରମାଣ ଉପସ୍ଥାପନ କରି ଏହି ଆରୋପ ଲଗାଇଛନ୍ତି।


ବିଜେପିର ଦାବି ଅନୁସାରେ, ମଧ୍ୟସ୍ଥ ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ଜରିଆରେ ମାମଲାରେ ହସ୍ତକ୍ଷେପ କରିବା ସହ ଅଭିଯୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ପାଇଁ ଟଙ୍କା ମାଗାଯାଇଥିଲା। ଏହି ଅଭିଯୋଗ ସହ ଜଡ଼ିତ ଅଡିଓରେ ଜଣେ ମଧ୍ୟସ୍ଥ ଆର୍ଥିକ କାରବାର ଓ ରାଜନୈତିକ ସମ୍ପର୍କ ବିଷୟରେ ଆଲୋଚନା କରୁଥିବା ଦାବି କରାଯାଇଛି। ଏହି ବିବାଦ ଇନ୍‌ଷ୍ଟାଗ୍ରାମ୍‌ ପ୍ରଭାବକ ଗୁରବିନ୍ଦର ସିଂହ ଚହଲଙ୍କ ମାମଲା ସହ ଜଡ଼ିତ। ଜଣେ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଚହଲଙ୍କୁ ଚଳିତ ସପ୍ତାହ ଆରମ୍ଭରେ ପଞ୍ଜାବ ପୁଲିସ ମୁକ୍ତ କରିଥିଲା। ଏହା ପରେ ମାମଲା ରଫାଦଫା ପାଇଁ ୫ କୋଟି ଟଙ୍କା ଦାବି ହୋଇଥିବା ଅଭିଯୋଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ଏହି ଘଟଣାରେ ମାନ୍‌ ସରକାରଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଉତ୍ତରଦାୟିତ୍ବ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ, ଶାସକ ଆମ୍‌ ଆଦ୍‌ମୀ ପାର୍ଟି ଏହି ଅଭିଯୋଗକୁ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହି ଖଣ୍ଡନ କରିଛି। ଏହି ବିବାଦ ମଧ୍ୟରେ ମାମଲାର ତଦନ୍ତ ଓ ଅଡିଓ ରେକର୍ଡିଂର ସତ୍ୟତା ଉପରେ ପ୍ରଶ୍ନ ଉଠିଛି।

ଫ୍ରାନ୍ସ ପରେ ଆମେରିକାରୁ ସୁନା ପ୍ରତ୍ୟାହାର କଲା ନେଦରଲ୍ୟାଣ୍ଡ୍ସ! କାହିଁକି? ସୁନା ଏବେ ବିପଦରେ କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.