Baba Vanga : ୨୦୨୬ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଥରି ଉଠିବ ମନ

2 weeks ago 9
ARTICLE AD BOX

ବାବା ଭେଙ୍ଗାଙ୍କ ୨୦୨୬ ମସିହା ସମ୍ପର୍କିତ ଭବିଷ୍ୟବାଣୀରେ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ, ବିଶ୍ୱ ଯୁଦ୍ଧ, ଏଲିୟନ୍ସଙ୍କ ସହିତ ସିଧାସଳଖ ସମ୍ପର୍କ ଓ ଅନ୍ତରୀକ୍ଷ ତଥା ଏଆଇ ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ବାହାରକୁ ଯିବା ନେଇ ଦାବି କରାଯାଇଛି। ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ କେଉଁ ସବୁ ଘଟଣା ଘଟିପାରେ।

ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନା କପ୍‌ ମ୍ୟାଚ୍‌ର ଦଶମ ମିନିଟ୍‌ରେ ମେସିଙ୍କୁ ସମ୍ମାନ

ବାବା ଭେଙ୍ଗାଙ୍କ ଆକଳନ ଅନୁଯାୟୀ ୨୦୨୬ମସିହାରେ ପ୍ରାକୃତିକ ସନ୍ତୁଳନ ସମ୍ପୂର୍ଣ୍ଣ ରୂପେ ବିଗିଡ଼ି ଯାଇପାରେ। ବିଶ୍ୱର ପ୍ରାୟ ୭ ରୁ୮ ପ୍ରତିଶତ ଅଞ୍ଚଳରେ ହଠାତ୍ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଆଶଙ୍କା ରହିଛି। ଏଥିରେ ବିନାଶକାରୀ ଭୂକମ୍ପ, ଶାନ୍ତ ପଡ଼ିଥିବା ଆଗ୍ନେୟଗିରିର ହଠାତ୍ ଉଦ୍‌ଗୀରଣ ଓ ଅପ୍ରତ୍ୟାଶିତ ବନ୍ୟା ଅନ୍ତର୍ଭୁକ୍ତ। ଏହି ପ୍ରାକୃତିକ ଦୁର୍ଘଟଣାଗୁଡ଼ିକ ବିଶ୍ୱର ଅନେକ ଜନବହୁଳ ସହରର ମାନଚିତ୍ର ବଦଳାଇ ଦେଇପାରେ।

ଦୁଇ ମହାଦେଶ ମଧ୍ୟରେ ଉତ୍ତେଜନା ଏବଂ ମହାଯୁଦ୍ଧର ଭୟ

ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ଆନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଏକ ବଡ଼ ସଙ୍କଟର ଆଶଙ୍କା କରାଯାଇଛି। ୟୁରୋପ ଏବଂ ଏସିଆ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ପାରସ୍ପରିକ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିପାରେ। ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଶ୍ୱକୁ ଏକ ନୂତନ ମହାଯୁଦ୍ଧ ଅର୍ଥାତ୍ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଠେଲି ଦେଇପାରେ।

ଆକାଶରୁ ଆସିବ ବିଶାଳକାୟ ମହାକାଶ ଯାନ

ବର୍ଷ ଶେଷରେ ଘଟିବାକୁ ଥିବା ଘଟଣାଗୁଡ଼ିକ ମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦାବିଟି ଅଲୌକିକ ଦୁନିଆ ସହିତ ଜଡ଼ିତ। ବାବା ଭେଙ୍ଗାଙ୍କ ଅନୁଗାମୀଙ୍କ ଅନୁଯାୟୀ, ନଭେମ୍ବର ୨୦୨୬ ଆଖପାଖରେ ଆକାଶରେ ଏକ ବିଶାଳକାୟ ମହାକାଶ ଯାନ ଦେଖାଯାଇପାରେ। ଯାହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଏହି ଘଟଣା ପରେ ଇତିହାସରେ ପ୍ରଥମ ଥର ପାଇଁ ମଣିଷର ସାକ୍ଷାତ ଏଲିୟନ୍ସଙ୍କ ସହିତ ହେବ।

ମେସିନ୍ ହେବେ ମାଲିକ 

ପ୍ରଯୁକ୍ତିବିଦ୍ୟା ଏବଂ ଟଙ୍କା ପଇସାର ଦୁନିଆକୁ ନେଇ ମଧ୍ୟ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହି ବର୍ଷ ଶେଷ ସୁଦ୍ଧା ଏପରି ଶକ୍ତି ହାସଲ କରିବ ଯେ ଏହାକୁ ମାନବ ନିୟନ୍ତ୍ରଣରେ ରଖିବା ଅସମ୍ଭବ ହୋଇଯିବ। ମେସିନ୍‌ଗୁଡ଼ିକ ନିଜେ ନିଜର ନିଷ୍ପତ୍ତି ନେବା ଆରମ୍ଭ କରିବେ। ଏହା ସହିତ ବିଶ୍ୱର ଅନେକ ବଡ଼ ବ୍ୟାଙ୍କ ଦେବାଳିଆ ହେବା କାରଣରୁ ଭୀଷଣ ଆର୍ଥିକ ମନ୍ଦା ଦେଖାଦେଇପାରେ।

ଏହା ସହିତରୁଷର ରାଜନୈତିକ କରିଡରକୁ ନେଇ ମଧ୍ୟ ବାବା ଭେଙ୍ଗାଙ୍କ ଦାବି ଚର୍ଚ୍ଚାରେ ଅଛି। କୁହାଯାଉଛି ଯେ ପ୍ରାୟ ଦୁଇ ଦଶନ୍ଧି ଧରି ରୁଷର ଶାସନଭାର ସମ୍ଭାଳୁଥିବା ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ୨୦୨୬ ଶେଷ ହେବା ପୂର୍ବରୁ ନିଜ ପଦରୁ ହଟିପାରନ୍ତି ଓ ଶାସନଭାର ଜଣେ ନୂତନ ଚେହେରାଙ୍କ ହାତକୁ ଯାଇପାରେ।

ଆହୁରି ପଢ଼ନ୍ତୁ: ଜନ୍ମାଷ୍ଟମୀରେ ଘରକୁ ଆଣୁଛନ୍ତିକି ଲଡ୍ଡୁ ଗୋପାଳ? ଜାଣନ୍ତୁ ସମସ୍ତ ବିଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.